Mid Day Meal Scheme: ମଧ୍ୟାନ୍ନ ଭୋଜନକୁ ଆସିଛି ଏକ ବଡ଼ ଖବର। ବିଦ୍ୟାଳୟ ଆସି ପାରୁନଥିବା ଅସୁସ୍ଥ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା। ୬ ବର୍ଷରୁ ୧୪ ବର୍ଷର ଏହି ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନ ଭୋଜନର ଶୁଖିଲା ରାସନ୍ ଯୋଗାଇ ଦିଆଯିବ। ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନ ଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ମଧ୍ୟ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ୩୬୯୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ।


ସ୍କୁଲ ଆସିପାରୁନଥିବା ଛାତ୍ରଛାତ୍ରୀଙ୍କ ଶୁଖିଲା ରାସନ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଖରେ ଶୁଖିଲା ରାସନ୍ ଏବଂ ପାଠ୍ୟପୁସ୍ତକ ପହଞ୍ଚାଇବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସ୍କୁଲ ଆସିପାରୁ ନଥିବା ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ହେଲେ ସେମାନେ ନିଜ ଅଞ୍ଚଳରେ ରହିଥିବା ଏଏନ୍‌ଏମ୍ କିମ୍ବା ଆର୍‌ବିଏସ୍‌କେ, ଅଙ୍ଗନବାଡି କର୍ମୀ, ଆଶାକର୍ମୀଙ୍କ ସହାୟତା ନେଇପାରିବେ। 


ଏହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ କାଉନ୍‌ସେଲିଂ ପାଇଁ ନିଆଯିବ। ଏହା ସହିତ ସ୍କୁଲ ଆସିପାରୁ ନଥିବା ଛାତ୍ରଛାତ୍ରୀଙ୍କ ଘରକୁ ପ୍ରତିମାସରେ ବିଦ୍ୟାଳୟ ଶିକ୍ଷକ, ବ୍ଲକ୍ ସହଯୋଗୀ ଅଧିକାରୀ, ଆଇଇଭି ତଦାରଖ କରିବା ପାଇଁ ଯିବେ। ସେମାନେ କିଭଳି ପଢୁଛନ୍ତି, ପଢ଼ାରେ କେତେ ଉନ୍ନତି କରୁଛନ୍ତି ସେ ସମ୍ପର୍କରେ ପଚାରି ବୁଝିବେ। ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଭିଭାବକଙ୍କ କାଉନ୍‌ସେଲିଂ ମଧ୍ୟ କରାଯିବ।