Appointment letter to Teacher: ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ମଜବୁତ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ସ୍କୁଲର ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ସହିତ ସ୍କୁଲ ଓ କଲେଜରେ ଶିକ୍ଷକଙ୍କ ଅଭାବକୁ ପୂରଣ କରିବା ଦିଗରେ ନିଯୁକ୍ତିମାନ ସୃଷ୍ଟି କରୁଛନ୍ତି। ଏହି କ୍ରମରେ ଶୁକ୍ରବାର ୪୮୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର। ଲୋକସଭା ଭବନରେ ହେବାକୁ ଥିବା ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୮୨ ଜଣ ସ୍ନାକକୋତ୍ତର ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।


COMMERCIAL BREAK
SCROLL TO CONTINUE READING

ସେହିପରି, ଗତ ଡିସେମ୍ବର ୨୦ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ୪୧୬୬ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ , ‘ଛାତ୍ରଛାତ୍ରୀ ଯେପରି ବଡ଼ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉଦ୍ୟମ କରନ୍ତୁ । ଏକ ବିଂଶ ଶତାଦ୍ଦୀରେ ଏକ ନୂଆ ଓ ସଶକ୍ତ ଓଡିଶା ଗଠନରେ ଶିକ୍ଷକ  ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ । ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ବରଂ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା । ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ଅଟେ’ ।


Also Read-BSKY-Naveen Card: ଏଣିକି ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମାଗଣା ଚିକିତ୍ସା କାର୍ଡ଼


ସେପଟେ ରାଜ୍ୟରେ ଖାଲି ପଡିଥିବା ଡ଼ାକ୍ତର ପଦବୀ ପୂରଣ ନେଇ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଗୁରୁବାର ଦିନ ୨୪୭୩ ମେଡିକାଲ ଅଫିସରଙ୍କୁ ରାଜ୍ୟ ଚିକିତ୍ସା ସେବାରେ ଅନ୍ତର୍ଭୁକ୍ତ କରାଯାଇଛି । ୨୩୯୨ ଏମବିବିଏସ୍ ଓ ୮୧ ଡେଣ୍ଟାଲ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକାଶ ଥାଉ କି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫-ଟି ଉପକ୍ରମରେ ୬୮୮୩ ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି । ଏହା ଦ୍ୱାରା ସ୍କୁଲର ଭିର୍ତ୍ତିଭୂମି ଓ ସାମଗ୍ରୀକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି । ଫଳରେ ସରକାରୀ ସ୍କୁଲ ଗୁଡିକରେ ନାମଲେଖା ପୂର୍ବ ଅପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି ।