Writer Gita Mehta Passes Away: ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ସେପ୍ଚମ୍ବର ୧୬ ତାରିଖ ଶନିବାର ଦିଲ୍ଲୀ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଲେଖିକା ତଥା ଚଳଚ୍ଚିତ୍ର ନିର୍ମାତା ଗୀତା ମେହେଟ୍ଟା। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ବିଶିଷ୍ଟ ଲେଖିକା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକା ଗୀତା ମେହେଟ୍ଟା ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ। ଲେଖିକା ଗୀତା ମେହେଟ୍ଟା ଜଣାଶୁଣା ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ।


୧୯୪୩ ମସିହାରେ ଦିଲ୍ଲୀ ଠାରେ ଜନ୍ମଗ୍ରହଣ କରିଥିଲେ ଜଣାଶୁଣା ଲେଖିକା ଗୀତା ମେହେଟ୍ଟା। ଭାରତ ଏବଂ ବ୍ରିଟେନ ସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଠାରେ ଶିକ୍ଷା ଲାଭ କରିଥିଲେ ସେ। ଜଣେ ଲେଖିକା ଭାବରେ ଗୀତା ମେହେଟ୍ଟା ଅନେକ ପୁସ୍ତକ ଲେଖିଥିଲେ। ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ହେଉଛି...


Karma Cola
Snake and Ladders
A River Sutra
Raj and The Eternal Ganesha 


ଗତ ୨୦୧୯ ବର୍ଷରେ ଲେଖିକା ଗୀତା ମେହେଟ୍ଟାଙ୍କୁ ଦେର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ "ପଦ୍ମଶ୍ରୀ" ଦେବା ପାଇଁଣ ବିଚାର କରାଯାଇଥିଲା। ହେଲେ ସେ ରାଜନୈତିକ କାରଣରୁ ପୁରସ୍କାର ନେବାକୁ ମନା କରି ଦେଇଥିଲେ। ବ୍ରିଟେନ, ୟୁରୋପୀୟ ଏବଂ ଆମେରିକୀୟ ନେଟୱାର୍କ ପାଇଁ ୧୪ ଟେଲିଭିଜନ ଡକ୍ୟୁମେଣ୍ଟାରୀ ଲାଗି ପ୍ରସ୍ତୁତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି। ୧୯୭୦ ଦଶକରେ ସେ ଆମେରିକୀୟ ଟେଲିଭିଜନ୍ ନେଟୱାର୍କ NBC ପାଇଁ ଟେଲିଭିଜନ୍ ଯୁଦ୍ଧ ସମ୍ବାଦଦାତା ଭାବେ କାର୍ଯ୍ୟ କରିଥିଲେ। ବାଂଲାଦେଶ ବିପ୍ଳବ ସହ ଜଡ଼ିତ ତାଙ୍କର ଚଳଚ୍ଚିତ୍ର ସଙ୍କଳନ ଉଭୟ ଦେଶ ବିଦେଶର ସିନେମାଘରରେ ପ୍ରଦର୍ଶିତ ହୋଇଥିଲା।