Odisha News: ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି )-2024 ଅନୁଷ୍ଠିତ ହେବ। ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୧୦ଟାରୁ  ୧୧ ଟା ଯାଏଁ  ପରୀକ୍ଷା ହେବ।  ଦ୍ବୀତିୟ ସିଟିଂ  ସାଢେ ୧୨ଟା ରୁ ସାଢେ ୧ଟା, ତୃତୀୟ ସିଟିଂ ଅପରାହ୍ନ ୩ଟାରୁ ୪ ଯାଏଁ ହେବ। ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୨୦ ମିନିଟ୍ ପ୍ରଦାନ କରାଯିବ। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ ବିଭାଗର ସୂଚନା


ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆଜିର ରାଶିଫଳ


ପ୍ରଥମ ସିଟିଂ ରେ ଆନ୍ଥୋପୋଲୋଜି(କଳ, ବିଜ୍ଞାନ) ଏବଂ ପରିସଂଖ୍ୟନ ପରୀକ୍ଷା ରହିଛି।  ଦ୍ବୀତିୟ ସିଟିଂରେ  ଭୂଗୋଳ ଓ ହିନ୍ଦୀ ରହିଛି । ତୃତୀୟ ସିଟିଂରେ ଏମବିଏ( ବିଜନେସ୍ ଆଡମିନଷ୍ଟେସନ୍) ପ୍ରବେଶିକା ପରୀକ୍ଷା ରହିଛି। ୪ରେ ପ୍ରଥମ ସିଟିଂରେ ବାଣିଜ୍ୟ, ଦ୍ବିତୀୟ ସିଟିଂରେ ଆଇନ୍, ପପୁଲେସନ୍, ଷ୍ଟଡିଜ୍, ତୃତୀୟ ସିଟିଂରେ ଫିଜିକ୍ସ, ମାଇକ୍ରୋବାଓଲୋଜିର ପରୀକ୍ଷା ରହିଛି।  ଚଳିତ ବର୍ଷ ୧୨୨ ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ ହଜାର ୯୦୬ ସିଟ୍ ରେ ନାମଲେଖା ହେବ।  ଏଥିପାଇଁ ରାଜ୍ୟର ୬୨ ହଜାର ୫୪୪ ଜଣ ପିଲା ଆବେଦନ କରିଛନ୍ତି। ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଷ୍ଟେଟ୍ ସିଲେକସନ୍ ବୋର୍ଡ଼ କରୁଛି।