Odisha Crime: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର ଏକ ଛାତି ଥରା ଘଟଣା ଘଟିଛି। କ୍ରିଷ୍ଣାନନ୍ଦପୁର ଗଇଠିପୁର ନଦୀପଠାରେ ଜଣେ ମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ। ମହିଳା ଜଣଙ୍କ ହେଲେ ବିନତା ସେଠୀ ଓ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ(SCB Medical) ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ଛି। ସ୍ଥାନୀୟ ଅଞ୍ଚଳରେ ବିଲେଇଶୁଣି ମକର ନାଚ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଛି।


COMMERCIAL BREAK
SCROLL TO CONTINUE READING

ବିନତା ନିଜ ତିନି ବର୍ଷ ର ଝିଅ ସହ ଗତକାଲି ମକରମେଳା ଦେଖିବାକୁ ଯାଇଥିବା ବେଳେ ଝିଅକୁ ଅନ୍ୟଜଣକୁ ଦେଇ ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ସେ ରାତିରେ ଏକୁଟିଆ ନଦୀ ପଠାକୁ ଯିବା ତାଙ୍କ ପାଇଁ କାଳ ହୋଇଛି। ତାଙ୍କୁ କିଏ ଓ କେଉଁ ଉଦ୍ଦେଶ୍ଯରେ ନଦୀ ପଠାରେ ତଣ୍ଟି କାଟିଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।