Odisha Crime: କଟକରେ(Cuttack) ବଢ଼ି ଚାଲିଛି ଅପରାଧ। ଉଜ୍ୱଳ ଆଲୋକ ହତ୍ୟାକାଣ୍ଡ। ସିଲଭର ସିଟି କଟକରେ ବଡ଼ ଅଘଟଣ। କଟକ ଚଣ୍ଡିମନ୍ଦିର ସାମ୍ନାରେ ୨ ଅଟୋ ଚାଳକଙ୍କ ମଧ୍ୟରେ ଜୋରଦାର ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ସତୀଚଉରାର(Sati Chaura) ଇଦଘା କଲୋନିର ମହମ୍ମଦ ରୋସନ। ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ତାଙ୍କ ସହ-ଅଟୋଚାଳକ ଖଟବିନ୍ ସାହିର ସରିଫ ଖାଁ। ଅଟୋ ଭଡାକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ଓ ପରେ ଏହା ହତ୍ୟାକାଣ୍ଡରେ ପରିଣତ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଗତକାଲି ଅପରାହ୍ନରେ ଉଭୟ ସରିଫ ଖାଁ ଓ ମହମ୍ମଦ ରୋସନଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିଲା। ଏହାପରେ ସରିଫ ଖାଁ ପୋଲିସର(Police) ଲୁହା ବାରିକେଡ ରୋସନଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ପରେ ଉପସ୍ଥିତ ଅନ୍ୟ ଅଟୋ ଚାଳକ(Auto Driver) ରୋସନଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ମୃତକ ରୋସନଙ୍କ ସାନ ଭାଇ ଲାଲବାଗ ଥାନାରେ ଏତଲା ଦେଇଥିଲେ। ରୋସନଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସରିଫ ଅଟୋ ସହିତ ଫେରାର ହୋଇଯାଇଛି। ପୋଲସ ଆଖପାଖରେ ଥିବା ସମସ୍ତ ସିସିଟିଭି ଫୁଟେଜ(cctv footage)ଚେକ୍ କରି ତଦନ୍ତ ଜାରି ରଖିଛି ।


Also Read: Government Job: ବାହାରିଲା ସରକାରୀ ଚାକିରି, ୨୭ ବର୍ଷ ବୟସ ତଳକୁ ପ୍ରାର୍ଥୀ କରିପାରିବେ ଆବଦନ...