Odisha Crime: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ବାମ ପାର୍ଶ୍ୱରେ ଥିବା ଘରେ ପସି କେହି ଦୁର୍ବୁତ୍ତ ଚୋରି କରିନେଇଥିବା ମୋହନା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ଶିବ ମନ୍ଦିରର ପୂଜକ ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଉଦୟନାଥଙ୍କ ସ୍ତ୍ରୀ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ହେତୁ ଚିକିତ୍ସା ପାଇଁ କିଛି ଦିନ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଯାହା ଫଳରେ ଘରେ କେହି ରହୁନଥିବା ସୁଯୋଗ ନେଇ କେହି ଦୁର୍ବୃତମାନେ ଘରେ ପସି ଆଲମିରା ଭାଙ୍ଗି ଗଚ୍ଛିତ ୨୫ ଭରି ସୁନା ଓ ପ୍ରାୟ ୪୦ ରୁ ୪୫ ହଜାର ଟଙ୍କା ଚୋର ଚୋରିକରି ନେଇଥିବା ଉଦୟନାଥ କହିଛନ୍ତି।



COMMERCIAL BREAK
SCROLL TO CONTINUE READING

ଏ ନେଇ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ ଉଦୟନାଥ କରିଛନ୍ତି। ଘଟଣାସ୍ଥଳରେ ରା. ଉଦୟଗିରି ଏସ ଡି ପି ଓ ଅଶ୍ବିନୀ ନାୟକ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁର୍ବରୁ ଇଣ୍ଡିଆନ ବ୍ୟାଙ୍କ ଭିତରେ ଚୋର ପଶି ଲୋକର ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ କିଛି ମାସ ହେବ ମୋହନା ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରି ଘଟଣା ଘଟୁଥିବା ଯୋଗୁଁ ଗ୍ରାମବାସୀ ଭୟଭୀତ ଥିବା ଜଣାପଡିଛି।