Panchaka Brata 2023 Puri: ବୁଧବାର ଥିଲା ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ବଡ ଏକାଦଶୀ ଅର୍ଥାତ ହରି ଉତଥାପନ ଏକାଦଶୀ। ପବିତ୍ର ପଞ୍ଚୁକ ବ୍ରତର ଅୟ ମାରମ୍ଭ। ଏହି ପଞ୍ଚୁକ ବ୍ରତକୁ ଭୀଷ୍ମ ପଞ୍ଚକ ଅର୍ଥାତ ବଗ ପଞ୍ଚକ ବୋଲି କୁହାଯାଏ। ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଏବେ ହୋଇଉଠିଛି ଚଳଚଞ୍ଚଳ। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବୁଧବାର ଭୋର ସମୟରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦ୍ୱାରଫିଟା, ମଙ୍ଗଳ ଆରତୀ ବଢି ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ଠିଆକିଆ ଅର୍ଥାତ ଲକ୍ଷ୍ମୀନାରାୟଣ ବେଶରେ ଶୃଙ୍ଗାର କରାଯାଇଥିଲା। ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା, ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତି ସୁସଜିତ ହୋଇ ଅଗଣିତ ଶ୍ରଦ୍ଧାଳୁ ତଥା କାର୍ତ୍ତିକ ବ୍ରତଧାରୀଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ପଞ୍ଚୁକ ଯାତ୍ରା ଅନ୍ୟତମ ହୋଇଥିବା ବେଳେ ପଞ୍ଚୁକ ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।


ପବିତ୍ର ପଞ୍ଚୁକ ୫ ଦିନରେ ପ୍ରତ୍ୟେହ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ବେଶ ଅନୁଷ୍ଠିତ ହୋଇଥାଏ। ସେପଟେ ଆଜିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ନୀତିକାନ୍ତିକୁ ସୃଙ୍ଖଳିତ କରାଯାଇଛି। ଭୋର ୩ଟା ୧୮ମିନିଟରେ ଦ୍ୱାର ଫିଟା ନିତି ସମ୍ପର୍ଣ ହେବା ସହ ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ମହାପ୍ରଭୁ ଠିଆକୀଆ ଅର୍ଥାତ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 


ପ୍ରବଳ ଜନସମାଗମ ଦୃଷ୍ଟିରୁ କିଛିଦିନ ଧରି ଦର୍ଶନ ବ୍ଯବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ମାତ୍ର ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଭକ୍ତଙ୍କ ଲାଗି ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯିବା କାରଣରୁ ଦର୍ଶନ ବ୍ଯବସ୍ଥାରେ ସୁଧାର ଆସିଛି। ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାଇଓ ଟଏଲେଟ, ବ୍ୟାରିକେଡ ଠାରେ ବିଶୁଦ୍ଧ ପାନୀୟ ଜଳ ବ୍ଯବସ୍ଥା, ପାଦ ନତାତିବା ପାଇଁ ସ୍ୱତନ୍ତ୍ର କାର୍ପେଟ, ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଡେସ୍କ ସହ ବସିବା ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହାସହିତ ଗହଳି ନିୟନ୍ତ୍ରଣ ପାଇଁ ବେରିକେଡ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବ୍ୟାରିକେଡ ଠାରେ ସେଚ୍ଛାସେବୀ ନିୟୋଜିତ କରାଯାଇଛି। 


ସେପଟେ ଖୋଦ୍ ଏସପି ଡକ୍ଟର କନୱର ବିଶାଲ ସିଂହ ନିଜେ ବ୍ୟାରିକେଡ ଠାରେ ଭକ୍ତଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ମତାମତ ନେଇଛନ୍ତି। ବ୍ୟାରିକେଡ୍ ଭିତରୁ ବରିଷ୍ଠ ନାଗରିକଙ୍କୁ ବାହାର କରି ଆଗୁଆ ଦର୍ଶନ କରାଇଛନ୍ତି। ଆନ୍ଧ୍ର ପ୍ରଦେଶର ଜଣେ ମହିଳା ନିଜର ନବଜାତ ଶିଶୁକୁ ଅନ୍ନପ୍ରାସନ କରାଇବା ପାଇଁ ମନ୍ଦିର ଆସିଥିଲେ। ଗହଳିରେ ଥିବା ବେଳେ ତାଙ୍କ ଉପରେ ଏସପି ସିଂହଙ୍କ ନଜର ପଡିଥିଲା। ସମ୍ପକ୍ତ ମହିଳା ଏବଂ ତାଙ୍କ ପରିବାରକୁ ଗହଳି ମଧ୍ୟରୁ ନିଜେ ଉଦ୍ଧାର କରି ସହାୟତା ପ୍ରଦାନ କରିଥିଲେ। 


ଅନ୍ୟପକ୍ଷରେ ଏସପି ଡକ୍ଟର କନୱର ବିଶାଲ ସିଂହ ସହ ଜିଲ୍ଲାପାଳ ସମର୍ଥ ବର୍ମା ନିଜେ ଉପସ୍ଥିତ ରହି ଦର୍ଶନ ବ୍ଯବସ୍ଥାର ତଦାରଖ କରିଛନ୍ତି। ସେପଟେ ଗହଳିକୁ ନଜରରେ ରଖି ଶ୍ରୀମନ୍ଦିର ଏବଂ ସମୁଦ୍ର ବେଳାଭୂମିରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସବୁଠାରୁ ବଡ଼କଥା ହେଉଛି ଦର୍ଶନ ବ୍ଯବସ୍ଥାରେ ପୁଲିସର ଏକ ବଡ ସହଯୋଗ ରହିଛି। ଦୁଇଦିନରେ ୫ ଶହରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଦିବ୍ଯାଙ୍ଗ ଭକ୍ତଙ୍କୁ ନେଇ ପ୍ରତ୍ଯେକ୍ଷ ଦର୍ଶନ କରାଯାଇଥିବା ଏସପି କହିଛନ୍ତି। ଦର୍ଶନ ବେଶ୍ ଶୃଙ୍ଖଳିତ ଭାବେ ଚାଲିଥିବାର କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।


ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଦ୍ୱିତୀୟ ଦିନ ଦ୍ଵାଦଶୀରେ ବାଙ୍କଚୁଡ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଅର୍ଥାତ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ।