dead body of woman recovered from dumping yard in Khordha: ଅଳିଆ ଗଦାରୁ ଉଦ୍ଧାର ହୋଇଛି ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ। ଉଦ୍ଧାର ହୋଇଥିବା ମୃତକ ମହିଳାଙ୍କୁ ହତ୍ୟା କରାଯାଇ ଥିବାର ସନ୍ଦେହ କରାଯାଉଛି। ବୁଧବାର ସକାଳେ ଲୋକେ ଅଳିଆ ଗଦାରେ ଜଣେ ମହିଳା ପଡି ରହିଥିବାର ଦେଖିବା ପରେ ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ଅଳିଆ ଗଦାରୁ ମିଳିଛି ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ। ଖୋର୍ଦ୍ଧା ଜିଲ୍ଲା (Khordha District) ବାଣପୁର ତହସିଲ ରୋଡ ନିକଟସ୍ଥ (Banpur Tahasil Road) ଗାଲୁଆ ଛକ ବାର ନିକଟରେ ରହିଥିବା ଅଳିଆ ଗଦାରେ ପଡି ରହିଥିଲା ମହିଳାଙ୍କ ମୃତଦେହ। ମହିଳା ଜଣଙ୍କର କିପରି ମୃତ ହେଲା, ତାହା ଜଣା ପଡ଼ିନାହିଁ। ଉକ୍ତ ମହିଳାଙ୍କ ମୃତ ଦେହରୁ ବୁଲା କୁକୁର ଖଣ୍ଡ ଖଣ୍ଡ ମାଂସ ଝୁଣି ଖାଇ ଯାଇଥିବାର ଆଲୋଚନା ହେଉଛି। ହେଲେ ମହିଳା ଜଣଙ୍କର ମୃତ୍ୟୁ କିପରି ହୋଇଛି ତାହାକୁ ନେଇ ସନ୍ଦେହ ଉପୁଜିଛି। ବୁଧବାର ସକାଳେ ଅଳିଆ ଗଦାରେ ଜଣେ ମହିଳା ପଡି ରହିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ପରେ ସେମାନେ ଏ ସମ୍ପର୍କରେ ଥାନାକୁ ଖବର ଦେଇଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲା। 


ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳରେ (Banapur Police Station) ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ମୃତଦେହ ରାସ୍ତା କଡ଼ରେ ଥିବା ଅଳିଆ ଗଦାରେ ପଡ଼ି ରହିଥିଲା। ବୁଧବାର ସକାଳେ ବାଣପୁର ଗାଲୁଆ ଛକ (Banpur Galua Chhak) ନିକଟରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ି ରହିଥିବାର ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ବେକରେ ଗଭୀର କ୍ଷତ ରହିଥିବାର ଦେଖାଯାଇଛି। ତାଙ୍କୁ କେହି ମାରି ଫୋପାଡ଼ି ଦେଇଥିବାର ସନ୍ଦେହ କରାଯାଉଛି। ମୃତକ ମହିଳାଙ୍କ ବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି କୁହାଯାଉଛି।