Odisha Election 2024: ପାରାଦୀପରେ ବିଜେଡିର ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟଙ୍କ ସପରିବାର ଭୋଟ ଦେଇଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କରିବା ପରେ ପାରାଦୀପ ମୁନିସିପାଲିଟି ୧୩ ନମ୍ବର ୱାର୍ଡ ମୁନିସିପାଲିଟି ବାଳିକା ହାଇସ୍କୁଲରେ ବିଧାୟକ ସମ୍ବିତ ରାଉତରାୟଙ୍କ ସହିତ ବିଧାୟକ ପ୍ରାର୍ଥୀନୀ ଏବଂ ପ୍ରଥମ ଥର ପାଇଁ ବିଧାୟକଙ୍କ ଝିଅ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପାରାଦୀପ ନିର୍ବାଚନ ମଣ୍ଡଳୀ ର କିଛି ସ୍ଥାନରେ କାଁ ଭାଁ ଗଣ୍ଡଗୋଳ ଓ କିଛି ସ୍ଥାନରେ ଇଭିଏମ ର ତ୍ରୁଟି ଦେଖିବାକୁ ମିଳିଥିଲେ ମଧ୍ୟ ଏହାର ସମାଧାନ କରାଯିଵା ସହିତ ମତଦାନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ୫୦ ପ୍ରତିଶତ ମତଦାନ ହୋଇଥିବା ନେଇ ଜିଲ୍ଲା ନିର୍ବାଚନ କମିଶନ ଙ୍କ ତରଫରୁ ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ। ୮୦ ଦିନର ନିର୍ବାଚନ ପ୍ରକ୍ରିୟାର ଆଜି ଶେଷ ଦିନ। ୧୯୫୧-୫୨ ଅର୍ଥାତ୍‍ ପ୍ରଥମ ନିର୍ବାଚନ ପରେ ଏହା ସବୁଠାରୁ ଲମ୍ବା ସମୟଧରି ଚାଲିଥିବା ନିର୍ବାଚନ। ଆଜିର ଦିନରେ ଦେଶର ୫୭ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି। ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ୍ ଗ୍ରହଣ ହୋଇଛି।  ଏହି ନିର୍ବାଚନରେ ସମୁଦାୟ ୯୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ସର୍ବାଧିକ ପ୍ରାର୍ଥୀ ବିଏସ୍‍ପିର ୫୬ଜଣ ରହିଥିବାବେଳେ ବିଜେପିର ୫୧, ଏବଂ କଂଗ୍ରେସ ପକ୍ଷରୁ ୩୧ ଜଣ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି।