Odisha Election: ଭୁବନେଶ୍ୱର:  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ ସମୁଦାୟ ୩୦୫ ଜଣ ପ୍ରାର୍ଥୀ ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। ଆଜି ଏହି ପ୍ରାର୍ଥୀପତ୍ରର ଯାଞ୍ଚ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଏହି ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ମଣ୍ଡଳୀ ଏବଂ ୨୮ ବିଧାନସଭା ଆସନ ଲାଗି ଭୋଟ୍‍ ଗ୍ରହଣ କରାଯିବ। ଏହି ସମସ୍ତ ଆସନ ଲାଗି ୨୫ ତାରିଖକୁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଭାବେ ଘୋଷଣା କରାଯାଇଥିଲା। ଶେଷ ଦିନ ପରେ ରାଜ୍ୟ ସଳଚନା ଓ ଲୋକସମ୍ପର୍କ ବିଭାଗ ସମୁଦାୟ ପ୍ରାର୍ଥୀପତ୍ର ଦାଖଲର ଏକ ତାଲିକା ପ୍ରକାଶ କରିଛି। ଲଏଥିରେ କୁହାଯାଇଛି ଯେ,  ସମୁଦାୟ ୩୦୫ ଜଣ ପ୍ରାର୍ଥୀ ୫୫୮ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ୩୯ଜଣ ଲୋକସଭା ପ୍ରାର୍ଥୀ ରହିଥିବା ବେଳେ ୨୬୬ ଜଣ ବିଧାନସଭା ପ୍ରାର୍ଥୀ ରହିଛନ୍ତି। 


ଯେଉଁ ୪ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଭୋଟ୍‍ ଗ୍ରହଣ ହେବ ସେଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି,  ନବରଙ୍ଗପୁର ଏବଂ ବ୍ରହ୍ମପୁର । ଏହି ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ଗତ ୨୦୧୯ ନିର୍ବାଚନ ମଣ୍ଡଳୀରେ କୋରାପୁଟରୁ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇଥିବା ବେବଳ କଳାହାଣ୍ଡିରୁ ବିଜେପି, ନବରଙ୍ଗପୁର ଏବଂ ବ୍ରହ୍ମପୁରରୁ ବିଜେଡି ପ୍ରାର୍ଥୀ ଲୋକସଭାକୁ ଯାଇଥିଲେ।