Former Chhatrapur MLA Get Life Imprisonment: ଗତ ୧୯୯୮ ମସିହାରେ ପୋଲିସ ସହ ହୋଇଥିବା ସଂଘର୍ଷ ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ସେତେବେଳେ ଘଟିଥିବା ଏହି ଘଟଣାରେ ଜଣେ ପୋଲିସ ରିଜର୍ଭ ଇନସପେକ୍ଟର ପ୍ରାଣ ହରାଇଥିଲେ। ଜୁଲାଇ ୩୧ ସୋମବାର ଏହି ମାମଲାର ଶୁଣାଣି କରି ବ୍ରହ୍ମପୁର ଏଡିଜେ-୩ କୋର୍ଟ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ମାମଲାରେ କମ୍ୟୁନିଷ୍ଟ ନେତା ନାରାୟଣ ରେଡ୍ଡୀଙ୍କ ସମେତ ମୋଟ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରକାଶ ଥାଉକି ୧୯୯୮ ମସିହା ଜୁନ୍ ୧୮ ତାରିଖରେ ପୋଲିସ-ଜନତା ମଧ୍ୟରେ (Police Public Clash Chhatrapur 1998) ହୋଇଥିବା ସଂଘର୍ଷରେ ରିଜର୍ଭ ଇନସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ (Odisha Police RI Death 1998) ହୋଇଥିଲା। ମାତ୍ର ଏହି ମାମଲାରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ (Berhampur ADJ-3 Court) ଦେଇଥିବା ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାର (Ganjam District) ଛତ୍ରପୁର ଆସନର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ (Former Chhatrapur MLA Narayan Reddy)। ଯିଏ ୨୦୦୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ଡଳୀରୁ (Chhatrapur Assembly Constituency) ନିର୍ବାଚିତ ହୋଇଥିଲେ। 
 
ବିଚାର ସମ୍ପୂର୍ଣ୍ଣ ପକ୍ଷପାତିତ ଥିଲା। ଏହା ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା। କୃଷକ ଏବଂ ଜନସାଧାରଣଙ୍କ ପ୍ରତି ନ୍ୟାୟ କରାଯାଇ ନାହିଁ। ଆମେ ନିରାଶ ହୋଇପଡ଼ିଛୁ। ନ୍ୟାୟ ପାଇବା ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ନେଇ ଜଣାଇଛନ୍ତି ଛତ୍ରପୁର ଆସନର ପୂର୍ବତନ ବିଧାୟକ। ଅଦାଲତରୁ ବାହାରକୁ ଯିବା ପରେ ଏକଥା କହିଛନ୍ତି କମ୍ୟୁନିଷ୍ଟ ନେତା ନାରାୟଣ ରେଡ୍ଡୀ। ପ୍ରାୟ ୨୫ ବର୍ଷ ପରେ କୋର୍ଟ ଏହି ମାମଲାରେ ଦେଇଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନିଷ୍ପତ୍ତି। ନ୍ୟାୟ ବିଳମ୍ବ ହେବା ସହ ପ୍ରତ୍ୟାଖ୍ୟାନ ହୋଇଥିଲା। ନ୍ୟାୟପାଳିକା ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ଅନ୍ୟ ଜଣେ ଦୋଷୀ କହିଛନ୍ତି।


ରିପୋର୍ଟ ଗତ ୧୯୯୮ ମସିହାରେ ଏକ ପ୍ରକଳ୍ପ (TATA Project Ganjam Clash 1998) ପାଇଁ ଟାଟା କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣକୁ (TATA Company Land Acquisition) ନେଇ ଗଞ୍ଜାମ ଜିଲ୍ଲାର ସିନ୍ଧି ଗ୍ରାମରେ (Sindhi Village Ganjam) ଅନୁଷ୍ଠିତ ହୋଇଥିବା ଏକ ସଭାରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ। ଯାହା ହିଂସାତ୍ମକ ରୂପ ନେଇଥିଲା। ଏହି ଘଟଣାରେ ପୋଲିସ ରିଜର୍ଭ ଇନସପେକ୍ଟର (Odisha Police Reserve Inspector) ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଛତ୍ରପୁର ଥାନାରେ (Chhatrapur Police Station) ଆଇପିସି ଧାରା ୩୦୨ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା। 


ଏହି ଘଟଣାରେ ପୂର୍ବରୁ ନାରାୟଣ ରେଡ୍ଡୀଙ୍କ ବିରୋଧରେ ୨ ଥର ଏନଏସଏ ଲାଗିଥିଲା। ଯେଉଁ କାରଣରୁ ସେ ଦୁଇ ବର୍ଷ ପୂର୍ବରୁ କାରାଗାରରେ ରହିଥିଲେ। ଏହି ଘଟଣାରେ ୪୨ ଜଣ ସାକ୍ଷୀ ଦେଇଥିଲେ। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଣ ସଂଗ୍ରାମ ସମିତି ନାମରେ ସଙ୍ଗଠନ କମ୍ପାନୀ ଦ୍ୱାରା ହେଉଥିବା ଜମି ଅଧିଗ୍ରହଣକୁ ବିରୋଧ କରୁଥିଲେ। ଗଣ ସଂଗ୍ରାମ ସମିତି ମୁଖ୍ୟ ନେତା ଥିଲେ ନିଜେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ। ପ୍ରାୟ ୨୫ ବର୍ଷ ପୂର୍ବର ଏହି ମାମଲରେ ପୂର୍ବତନ ବିଧାୟକଙ୍କ ସହ ୧୩ ଜଣଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ଏହି ମାମଲାରେ ମୋଟ ୨୨ ଜଣ ଅଭିଯୁକ୍ତ ରହିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇସାରିଛି।