ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି।  ଏହା ସହ ସେ ତୁଲାଉଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପୂର୍ବତନ ଆଇଏଏସ୍‍ ଅଧିକାରୀ ଆର ବାଲାକ୍ରିଷ୍ଣନ୍‍ଙ୍କ ଦାୟିତ୍ୱ ତୁଲାଇବେ। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ବାଲାକ୍ରିଷ୍ଣନ୍‍ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେ ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ଏବଂ ବରିଷ୍ଠ ସଦସ୍ୟ। ରାଜ୍ୟର ସଂସ୍କୃତି, ଭାଷା, ଜନଜାତିଙ୍କ ବିକାଶ ଦିଗରେ ଆବଶ୍ୟକ ନୀତି ପ୍ରଣୟନ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ସରକାର ଅଧିକାଂଶ ସମୟରେ ଗ୍ରହଣ କରିଆସିଛନ୍ତି। ଏବେ ତାଙ୍କୁ ପ୍ରମୁଖ ପରାମର୍ଶଦାତା ଦାୟିତ୍ୱରୁ ମୁକ୍ତ କରାଯାଇଛି। ସେ ମୁଖ୍ୟ ସଚିବଙ୍କ ପାହ୍ୟାରେ ସ୍ବତନ୍ତ୍ର ପ୍ରକଳ୍ପ ମୁଖ୍ୟ ପରାମର୍ଶ ଦାତା ଭାବେ କାର୍ଯ୍ୟ କରିବେ।


ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏନେଇ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ଏକ ଆଦେଶ କ୍ରମେ ପୂର୍ବତନ ମୁଖ୍ୟ ସଚିବ ତଥା ଆଇଏଏସ୍‍ ଅଧିକାରୀ ଅସିତ ତ୍ରିପାଠୀଙ୍କୁ ସରକାର ଅନ୍ୟ ସମସ୍ତ ଦାୟିତ୍ୱରୁ ମୁକୁଳାଇଛନ୍ତି। ସେ କେବଳ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେ ଏବେ ପ୍ରଧାନ ଉପଦେଷ୍ଟା ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି।