Ex President Ram Nath Kovind: ସେପ୍ଟମ୍ବର ୧୬ ତାରିଖ ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଥିବା ବେଳେ ଗତ ୨୦୨୨ ଫେବୃୟାରୀ ୨୦ତାରିଖରେ ଦର୍ଶନ କରିଥିଲେ। ଶନିବାର ଜେଡ୍ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପୁରୀ ସ୍ଥିତ ରାଜ ଭବନ ଠାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ଶ୍ରୀମନ୍ଦିର ଠାରେ ପହଞ୍ଚିଥିଲେ। 


COMMERCIAL BREAK
SCROLL TO CONTINUE READING

ମଜବୁତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ୟାଟେରୀ ଅଟୋ ଯୋଗେ ଉତ୍ତର ଦ୍ୱାର ନିକଟରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପାଛୋଟି ନିଆଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ପରିବାର ସହିତ ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ପୂର୍ବତନ ରାଷ୍ଟ୍ରପତି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ସବିତା କୋବିନ୍ଦ ଏହଂ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ଦର୍ଶନ କରିଥିଲେ। 



ଉତ୍ତରଦ୍ୱାର ସାମ୍ନାରେ ପହଞ୍ଚିବା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ଦ୍ୱାରା ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଶ୍ରୀମନ୍ଦିର ଭିତରେ ୧୦ ମିନିଟ୍ ସମୟ ଅତିବାହିତ କରିଥିଲେ ଉଭୟ ପତିପତ୍ନୀଙ୍କ ସମେତ ରାଜ୍ୟପାଳ। ଦର୍ଶନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରିବା ସହ ସାମ୍ବାଦିକଙ୍କ ପାଇଁ ଶୁଭ ମନାସିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ।