BSKY Naveen Card Last Date to Apply: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ହୋଇଛି ଦ୍ରୁତ ଅଗ୍ରଗତି। ଗ୍ରାମ ତଥା ପଞ୍ଚାୟତ ସ୍ତରରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇପାରିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୪୬ ହଜାର ୨୯୪ ପରିବାରଙ୍କ ଦରଖାସ୍ତ ଅନଲାଇନ୍ ପଞ୍ଜୀକୃତ ହୋଇଛି। ଏହି ପଞ୍ଜୀକୃତ ଦରଖାସ୍ତରେ ୯ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ୍ୱ ସଦସ୍ୟଙ୍କ ନାଁ ରହିଛି।   


COMMERCIAL BREAK
SCROLL TO CONTINUE READING

ଏନେଇ ମିଳିଥିବା ଖବର ଅନୁସାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ସର୍ବାଧିକ ଆବେଦନ ଗଞ୍ଜାମ ଜିଲାରୁ ହୋଇଛି। ଜିଲ୍ଲାରେ ପ୍ରାୟ ୪୮,୫୦୦ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ ହୋଇଛି। ସେହିପରି ଖୋର୍ଦ୍ଧାରେ ୨୬,୮୨୫, କଟକରେ ୨୮,୭୯୪, ଭଦ୍ରକରେ ୨୩,୦୪୨, ବାଲେଶ୍ବରରେ ୨୨,୫୭୦ ଆବେଦନ ହୋଇଛି। ପୁରୀ ଜିଲ୍ଲାରୁ ୨୦,୭୪୪ ଦରଖାସ୍ତ ମିଳିଥିବା ବେଳେ କେନ୍ଦ୍ରାପଡାରୁ ୧୯,୫୭୮, ନୟାଗଡରୁ ୧୪,୯୪୭ ଦରଖାସ୍ତ ଅନଲାଇନ ପଞ୍ଜୀକୃତ ହୋଇଛି। ଜଗତସିଂହପୁରରେ ୧୫,୨୪୮, ଯାଜପୁରରେ ୧୪,୦୬୧, ବରଗଡ଼ରେ ୧୪,୫୬୯, ସୁନ୍ଦରଗଡ଼ରେ ୧୨,୩୪୯, ଅନୁଗୋଳରେ ୧୨,୩୯୭ ଏବଂ ଢେଙ୍କାନାଳରେ ୧୧,୮୮୦ ଦରଖାସ୍ତ ମିଳିଛି। ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଜିଲ୍ଲା ପିଛା ହାରାହାରି ଭାବରେ ୧୧ ହଜାର ୫ ଶହରୁ ଉର୍ଦ୍ଧ୍ୱ ଦରଖାସ୍ତ ପଞ୍ଜୀକୃତ ହୋଇଛି। 


ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଜାନୁଆରୀ ୧୬ ତାରିଖରେ ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟ ସୀମାକୁ ଆସନ୍ତା ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଏକ ସ୍ଵତନ୍ତ୍ର ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି। ବିଏସକେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାର ଚଳିତ ବର୍ଷ ମେ ମାସରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ଠାରେ ନିର୍ଦ୍ଧାରିତ ଗୁରୁତର ରୋଗର ଚିକିତ୍ସାରେ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ।