Heat Wave: ଏପ୍ରିଲ୍‍ ମାସରେ ଓଡ଼ିଶା ଦେଶର ସବୁଠାରୁ ଗରମ ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହି ମାସରେ ରାଜ୍ୟରେ ୧୮ ଦିନ ହିଟ୍‍ ଓ୍ୱେଭ ପ୍ରବାହିତ ହୋଇଛି। ଓଡ଼ିଶା ତଳକୁ ରହିଛି ପଶ୍ଚିମବଙ୍ଗ। ସମୁଦ୍ରରୁ ବାୟୁ  ଚଳାଚଳ ନହେବା ଏବଂ ସ୍ଥଳ ଭାଗରୁ ଗରମ ପବନ ପ୍ରବାହିତ ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୦୯ ମସିହାରୁ ୨୦୨୪ ଯାଏ ପରିସଂଖ୍ୟାନକୁ ଦେଖିଲେ, ୨୦୨୪ ପୂର୍ବରୁ ୨୦୧୯ରେ ସର୍ବାଧିକ ୨୩ଦିନ ହିଟ୍‍ଓ୍ୱେଭ୍‍ ପ୍ରବାହିତ ହୋଇଥିବା ବେଳେ ୨୦୧୬ ମସିହାରେ ୨୧ଥର ହିଟ୍‍ ଓ୍ୱେଭ୍‍ ପ୍ରବାହିତ ହୋଇଥିଲା। ଆସନ୍ତା ମେ ମାସରେ ମଧ୍ୟ ୫ରୁ ୭ ଦିନ ହିଓ୍ୱଟ୍‍ଓ୍ୱେଭ୍‍ ପ୍ରବାହିତ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। 



COMMERCIAL BREAK
SCROLL TO CONTINUE READING

ଏପ୍ରିଲ୍‍ ମାସରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ବ୍ୟାଖ୍ୟା କରି ଡ. ମହାପାତ୍ର କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩ ଦିନ ହିଟ୍‍ ଓ୍ୱେଭ୍‍ ପ୍ରବାହିତ ହୋଇଥିଲା। ସେହିପରି ଖୋର୍ଦ୍ଧା, ଜଗତସିଂହପୁର, କେନଦ୍ରାପଡ଼ାନୟାଗଡ଼ ପ୍ରଭୃତି ଜିଲ୍ଲାରେ ୮ ରୁ ୧୦ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥିଲା।



ସୁସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, କନ୍ଦମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ପ୍ରଭୃତି ଜିଲ୍ଲାକୁ ଛାଡଦେଲ ଅନ୍ୟ ସମସ୍ତ ଜିଲ୍ଲାରେ ୨ରୁ ୧୩ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଏହି ଅସହ୍ୟ ହିଟ୍‍ ଓ୍ୱେଭ କାରଣରୁ ରାଜ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ରକରି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ସେହିପରି ବଜ୍ରପାତ ଯୋଗୁ ଓଡ଼ିଶାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।