Laxmi Bus Service: ଆସନ୍ତା ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବଣ୍ତା ଘାଟିରୁ (Banda Ghati) ‘ଲକ୍ଷ୍ମୀ’ ବସ ଯୋଜନାର (laxmi Bus Scheme) ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ମାଲକାନଗିରି ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ପରେ ଓଡ଼ିଶାବାସୀଙ୍କ ଯାତାୟତ ପାଇଁ ପର୍ଯ୍ୟାୟକ୍ରମେ ୧ ହଜାରରୁ ଉର୍ଦ୍ଧ୍ୱ ‘ଲକ୍ଷ୍ମୀ’ ବସ ସାମିଲ ହେବ । ଏନେଇ ରାଜ୍ୟ ସରକାର ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବସ ଯାତ୍ରାକୁ ସହଜ, ଉନ୍ନତ ଓ ଆରାମଦାୟକ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଖୁବଶୀଘ୍ର ‘ଲକ୍ଷ୍ମୀ’ ବସ ଯୋଜନାର (Laxmi Bus Service ) ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ ଯାତ୍ରୀମାନେ ସହଜରେ ନିଜ ଗାଁରୁ ପଞ୍ଚାୟତ, ପଞ୍ଚାୟତରୁ ବ୍ଲକ, ଓ ବ୍ଲକରୁ ଜିଲ୍ଲା ହେଡ୍ କ୍ବଟରକୁ ସିଧାସଳଖ ଯାତ୍ରା କରିପାରିବେ।  ଏନେଇ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ (Cabinet Meeting) ସରକାର ‘ଲକ୍ଷ୍ମୀ’ ଯୋଜନା ପାଇଁ ୩ ହଜାର ୧୭୮ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ତେବେ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠିକୁ ମଞ୍ଜୁର କରାଯାଇଛି । ପ୍ରଦର୍ଶନ ଆଧାରରେ ଆଗକୁ ଆଉ ୨ ବର୍ଷ ପାଣ୍ଠି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।  ପ୍ରଥମ ପର୍ଯ୍ୟାୟରେ ଗଡ଼ିବାକୁ ଥିବା ପ୍ରାୟ ୩୬ଟି ‘ଲକ୍ଷ୍ମୀ’ ବସ (Laxmi Bus) ମାଲକାନଗିରି (Malkangiri) ଜିଲ୍ଲା ପହଁଞ୍ଚିଛି । ପରେ ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ୧ ହଜାରରୁ ଉର୍ଦ୍ଧ୍ୱ ବସ ନିୟୋଜିତ କରାଯିବ । ଏହି ‘ଲକ୍ଷ୍ମୀ’ ବସ ଯୋଜନା ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟ ସହ ପ୍ରମୁଖ ସହର ମଧ୍ଯରେ ଯୋଗାଯୋଗର ସୁବିଧା ଉପଲବ୍ଧ କରାଯିବ । ରାଜଧାନୀ ଭୁବନେଶ୍ବର (Bhubaneswar) ସମେତ ଓଡିଶାର ପ୍ରତ୍ୟେକ ପଞ୍ଚାୟତକୁ ଏହି ‘ଲକ୍ଷ୍ମୀ’ ବସ (Laxmi Bus) ଚଳାଚଳ ଆରମ୍ଭ କରିବା ଲକ୍ଷ୍ୟରେ ସରକାର ଚଳିତ ଆର୍ଥିକ୍ ବର୍ଷରେ ଲୋକେସନ୍ ଆକ୍ସେସିବଲ ମଲ୍ଟିମୋଡ଼ାଲ ଇନିସିଏଟିଭ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।


Also Read-Bus Strike: ଆଲୋଚନା ପରେ ବି ଶୁଣିଲେନି ସରକାର, ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବସ ଧର୍ମଘଟ


ଅନ୍ୟପଟେ, ସରକାରଙ୍କ ଏହି ‘ଲକ୍ଷ୍ମୀ’ ଯୋଜନାକୁ (lakshmi Bus Scheme) ବିରୋଧ କରି ମଙ୍ଗଳବାର ଠାରୁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ  (Bus owners association) ।  ଦାବି ପୂରଣ ନହେବା ଯାଏଁ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ (Bus Strike) ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ରବିବାର ଦିନ ଅଲ ଓଡିଶା ଘରୋଇ ବସ ମାଲିକ ସଂଘର (All Odisha Bus Owners Association) ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ଲକ୍ଷ୍ମୀ ବସ୍ (lakshmi Bus) ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ସରକାର ସେମାନଙ୍କ ଦାବି ନ ମାନିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ହେଲେ ସରକାର (Government of Odisha) ଆଲୋଚନାକୁ ଡାକିଲେ ନାହିଁ, କି ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ଅନ୍ୟପଟେ ‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି । ସରକାର ରାଜି ହେଲେ, ଘରୋଇ ବସ୍ (Tourist Bus) ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ ।