Odisha News: କେନ୍ଦୁଝର ଜିଲ୍ଲା ଯୋଡ଼ାଠାରେ (Joda) ଉଦ୍ଦଘାଟିତ ହେବ ରାଜ୍ୟର ବହୁ ପ୍ରତୀକ୍ଷିତ ତଥା ଦୀର୍ଘତମ ଫ୍ଲାଏଓଭର (Longest flyover) । ସୋମବାର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସସନ୍ କର୍ପୋରେସନ୍ (ଓବିସିସି) ନେଇଥିବା ବେଳେ ଗୁଜୁରାଟ ରାଜ୍ୟର ଚେଭରକ୍ସ ନାମକ ଠିକା ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରିଥିଲା । ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଓଭର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ତେସନ ଅର୍ଥ ମଞ୍ଜୁରୀରେ ୨୦୨୧ରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ୍ଣ କରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏଥିରେ ବିଳମ୍ବ ହୋଇଥିଲା । ପରେ ଚଳିତ ମାର୍ଚ୍ଚ ମାସରେ ଏହାର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇଛି । ତେବେ ଫ୍ଲାଏଓଭର ତଳେ ଥିବା ସର୍ଭିସ ରୋଡ଼ର ନିର୍ମାଣ କାର୍ଯ୍ୟ ସରିବାକୁ ଆହୁରି ଦୁଇରୁ ତିନି ଦିନ ମାସ ସମୟ ଲାଗିବ ବୋଲି ଠିକା ସଂସ୍ଥା ଚେଭରକ୍ସ ପକ୍ଷରୁ ସୂଚନା ମିଳିଛି ।ତେବେ ସମ୍ପୂର୍ଣ୍ଣ ଭାରତୀୟ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏହାର ନିର୍ମାଣ କରାଯାଇଛି । ଏହାର ଲମ୍ବ ୨.୯ କି.ମି ରହିଥିବା ବେଳେ ଚଉଡ଼ା ୧୨ ମିଟର ଓ ଭୂମିଠରୁ ଏହାର ସର୍ବାଧିକ ଉଚ୍ଚତା ୬୦ ଫୁଟ ରହିଛି । ସୁରକ୍ଷା ଦୃଷ୍ଟିରୁ ଫ୍ଲାଏଓଭର ଉପରେ ଥିବା ମୋଡ଼ ଗୁଡ଼ିକରେ ସିଗ୍ନାଲ ବୋର୍ଡ଼ ଲଗାଯାଇଛି । ଏଥିରେ ସ୍ବତନ୍ତ୍ର ଭାବେ ଲୁହା ବିୟରିଂ ପରିବର୍ତ୍ତି ରବର ନିର୍ମିତ ଇଲେଷ୍ଟ୍ରମେଟିକ ବିୟରିଂ ଲଗାଯାଇଛି । ଯାହାଦ୍ବାରା ପୋଲର ସ୍ଥାୟିତ୍ବ ୧୦୦ ବର୍ଷରୁ ଅଧିକ ହେବ ବୋଲି ନିର୍ମାଣକାରୀ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ କହିଛନ୍ତି ।


Also Read- Nandankanan: ରାତିରେ ଖୋଲିଲା ନନ୍ଦନକାନନ, ନାଇଟ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମର ମଜା ନେଲେ ପର୍ଯ୍ୟଟକ


ପ୍ରକାଶ ଥାଉ କି, ଯୋଡ଼ା ସହରରେ ଟ୍ରାଫି ସମସ୍ୟା ଓ ଦୁର୍ଘଟଣା ରୋକିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗତ ୨୦୨୦ ନଭେମ୍ବର ମାସ ୧୨ ତାରିଖରେ ଏହି ଫ୍ଲାଏ ଓଭରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଡ଼ା ଫ୍ଲାଏ ଓଭର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ତେବେ ଏହି ଫ୍ଲାଏ ଓଭରରେ ନିୟନ୍ତ୍ରକ ଲାଗିଲେ ଦୁର୍ଘଟଣା ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।