Bhubaneswar Metro: ଭୁବନେଶ୍ବର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି। ୨୨ ଟି ସଂସ୍ଥା ଫୁଲାପୋଖରୀ ଡିପୋ ଆଣ୍ତ ଓ୍ବାର୍କସରକ ସିଭିଲ୍ ନିର୍ମାଣ ଲାଗି ଟେଣ୍ତର ଦାଖଲ କରିଛନ୍ତି। ଏହି ବିକାଶର ଧାରା ମେଟ୍ରୋ ରେଳ ନିଗମ ( ଡିଏମଆରସି) ଏପ୍ରିଲ୍ ୨୦୨୪ ରେ ଯାନ୍ତ୍ରିକ ବିଡ୍ ଖୋଲିବା ପରେ ଉଚ୍ଚସ୍ତରୀୟ ଅଂଶଗ୍ରହଣକାରୀମାନେ ଭାରତର ମେଟ୍ରୋ କ୍ଷେତ୍ରରେ ନିଜର ଅଗ୍ରାହ୍ୟ ସହ ପୁଞ୍ଚି ନିବେଶ କରିବା ଲାଗି ପ୍ରତିଯୋଗୀ ମନଭାବ ପୋଷଣ କଲେ। ପ୍ୟାକେଜ୍ ବିବିସି-୨ ଅଧିନରେ ନିର୍ମିତ ଫୁଲାପୋଖରୀ ଡିପୋ ଭୁବନେଶ୍ବର ମେଟ୍ରୋ ଭିତ୍ତି ଭୂମିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ୧୬ ହେକ୍ଟର ବିସ୍ତାର କରି ଏହି ସୁବିଧା ଭୁବନେଶ୍ବର ମେଟ୍ରୋ ଲାଇନ୍ -୧ ଲାଗି ଟ୍ରେନ୍ ଷ୍ଟାବଲିଂ ଓ ରକ୍ଷାଣବେକ୍ଷଣ ହବ୍ ଭାବରେ କାର୍ଯ୍ୟ କରିବ। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: କାଳବୈଶାଖୀ ବର୍ଷା ରଚିବ ତାଣ୍ଡବ! ଆଜି ବିଜୁଳି, ଘଡ଼ଘଡି଼ ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ


୨୬ କିଲୋମିଟର ବ୍ୟାପିଥିବା ଏହି ଲାଇନଟି ତ୍ରିଶୁଳିଆ ସ୍କୋୟାରକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହ ସଂଯୋଗ କରିବ। ଏହି ମାର୍ଗରେ ୨୦ଟି ଉଚ୍ଚ ଷ୍ଟେସନ୍ ନିର୍ମାଣ କରାଯିବ।  ଏଥିଲାଗି ଚୁକ୍ତିନାମା ପରିସର ଭିତ୍ତିକ କାମରେ ସୁଯୋଗ ଦିଆଯିବ।  ଏଥିସହ  ଚୁକ୍ତିନାମା ପରିସର କର୍ମଶାଳା ଷ୍ଟାବଲିଂ ଡିଜାଇନ ଓ ନିର୍ମାଣକୁ ବ୍ୟାପକ ଭାବରେ ଅନ୍ତଭୁକ୍ତ କରାଯିବ।  ଏହି ପ୍ରୋଜେକ୍ଟରେ ଉପାଦାନ ଭିତ୍ତିପ୍ରସ୍ତର ହେବା ସହ ଉନ୍ନତମାନର କାମକୁ ଅଗ୍ରାଧିକାର ଦିଆଯିବ। ଯାହାର ତିଆରିର ସମସ୍ତ କାମ (ଆରସିସି) ପ୍ରଶାସନିକ ଅଧିକାରୀଙ୍କ ତତ୍ବାବଧାନରେ ହେବ।


 ଏହି କ୍ରମରେ ୨୦୨୪, ଜାନୁଆରୀ ମାସରେ ଏହାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସମ୍ପୁର୍ଣ୍ଣ କାର୍ଯ୍ୟ ୩ ବର୍ଷରେ ସାରିବା ନେଇ ସୂଚନା ଦେଇଛି। ଏହି ପ୍ୟାକେଜ୍ ଲାଗି ଆନୁମାନିକ ମୂଲ୍ୟ ୧୦୪.୪୭ କୋଟି ଧାର୍ଯ୍ୟ ରଖାଯାଇଛି।  ଏହାସହ ଏହି ତାଲିକାରେ ଥିବା ୨୨ଟି ସଂସ୍ଥାକୁ ବିଡର ତାଲିକାରେ ଅଂଶଗ୍ରହଣ କରିବା ଆବଶ୍ୟକ। ସେହି ୨୨ ସଂସ୍ଥା ହେଲା ଓ୍ବାଲିଆ କଣ୍ଟ୍ରାଷ୍ଟ ଇଣ୍ତିଆ ଏଲଟିଡି଼, ଅମରରାଜା ଇନଫା ପିଫିଟି ଏଲଟିଡି,  ବ୍ରାଇଡ଼ ଆଣ୍ତ  ରୋଫୋ କୋ ଇଣ୍ତିଆ ଏଲଟିଡି, ଦୀନେଶ ଚନ୍ଦ୍ର ଆର୍. ଅଗ୍ରଓ୍ବାଲ୍ ଏର୍ଫୋକନ୍ ପିଫିଟି. ଏଲଟିଡି଼, ହିମକନ୍ ଇଞ୍ଜିନିୟର ଇଣ୍ତିଆ ପିଫିଟି .ଏଲଟିଡି଼ ମାନଙ୍କ ଭଳି ଉଚ୍ଚମାନର ସଂସ୍ଥା ଅଂଶଗ୍ରହଣ କରିଛନ୍ତି।