Odisha News: ରାଜ୍ୟରେ ଆଉ ୩୦ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତଭୁକ୍ତ କରିବା ପାଇଁ ଆବେଦନ ପ୍ରକ୍ରିୟା ଗତ ୩୦ ତାରିଖ ପର୍ଯ୍ୟନ୍ତ ଥିଲା।  ଏବେ ଏହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅବେଦନ ଅବଧି ବୃଦ୍ଧି ପାଇଁ ଶ୍ରୀଜଗନ୍ନାଥ ନାମ ସଂକିର୍ତ୍ତିନ ଲୋକକଳା ପରିଷଦ ଦାବି କରିଥିଲା।  ଏହି ମର୍ମରେ ଓଡି଼ଆ ଭାଷା, ସାହାର୍ଯ୍ୟ ଓ ସଂସ୍କୃତି ବିଭାଗ ସହ ନିର୍ଦ୍ଦେଶକ କାଳି ଚରଣ ମହାନ୍ତି। ଉପସ୍ଥିତ ମହଲକୁ ଚିଠି ଲେଖିଥିଲେ। 


COMMERCIAL BREAK
SCROLL TO CONTINUE READING


ଏହାପରେ ଏହି ଆବେଦନ ଶେଷ ତାରିଖ ଜୁନ ୩୦ ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି। କଳାକାରମାନେ ନିଜ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଏନେଇ ଆବେଦନ କରିପାରିବେ ବୋଲି କୁହାଯାଇଛି।  ଏହି ନିସ୍ପତିକୁ ପରିଷଦ ପକ୍ଷରୁ ସ୍ବାଗତ କରାଯାଇଛି। ଏହି ପରିଷଦ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଅନେକ କଳାକାର ରହିଛନ୍ତି। ସେମାନଙ୍କ ସ୍ବାର୍ଥ ଦୃଷ୍ଟିରୁ  ସରକାର ଏକ ଲକ୍ଷ କଳାକାରଙ୍କୁ ଏହି ଯୋଜନାରେ ଅନ୍ତଭୁକ୍ତ କରନ୍ତୁ।  ଏନେଇ ପରିଷଦ ସାଙ୍ଗଠନିକ ବୈଠକ ସଭାପତି ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଛି।  ଏଥିରେ ମୁଖ୍ୟ ସଂଯୋଜକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।