Odisha News: ନନ୍ଦନକାନନକୁ ଆସିଛନ୍ତି  ତିନି ନୂଆ ଅତିଥି । ରବିବାର ଦିନ ପୁଣି ଥରେ ମାଆ ହୋଇଛି ଏସୀୟ ସିଂହୀ ରେବା। ରେବା ରବିବାର ଦିନ ତିନୋଟି ଶାବକକୁ ଜନ୍ମ ଦେଇଛି।  ଯାହାକୁ ନେଇ ନନ୍ଦନକାନନ ପରିସରରେ ଖୁସିର ଲହରୀ ଖେଳି ଯାଇଛି। କାହିଁକିନା ଦ୍ବିତୀୟ ଥର ମାଆ ହୋଇଛି ରେବା।  ସିଂହୀ ରେବା ଓ ସିଂହ ଜିତ୍ ଙ୍କ ମିଳନରୁ ଏହି ତିନି ଶାବକ ଜନ୍ମ ହୋଇଛନ୍ତି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ALSO READ: Holi 2024 Lucky Zodiac Signs: ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ


ALSO READ: Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ଦୁର୍ଲଭ ସଂଯୋଗ; ଧନବାନ୍ ହେବେ ଏହି ୩ ରାଶି!


ସୂଚନାଯୋଗ୍ୟ ଏସୀୟ ସିଂହୀ ରେବା ୨୦୨୩ ମସିହା ୧୦  ଜାନୁୟାରୀରେ ପ୍ରଥମ ଥର ମାଆ ହୋଇଥିଲା।  ପ୍ରଥମ ନିଜ ଗର୍ଭରୁ ଚାରୋଟି ଶାବକକୁ ଜନ୍ମ ଦେଇଥିଲା। କିନ୍ତୁ, ଦୁର୍ଭାଗ୍ୟର ବିଷୟ କୌଣସି କାରଣରୁ ୨ଟି ଛୁଆ ମୃତ୍ୟୁବରଣ କରିଥିଲେ । ଏବଂ ଦୁଇଟି ଶାବକଙ୍କୁ ହରାଇବା ଦୁଃଖରେ ରେବା  ଆଉ ୨ଟି ଛୁଆଙ୍କୁ ଆପଣେଇପାରି ନ ଥିଲା। ପରେ ନନ୍ଦନକାନନ କର୍ତ୍ତୃପକ୍ଷ ବାଧ୍ୟ ହୋଇ ୨ଟି ଛୁଆକୁ ଲାଳନପାଳନ ପାଇଁ ଏକ କେନ୍ଦ୍ରକୁ ଛାଡିଥିଲେ। ତେବେ, ଏହି ଶାବକ ୨ଟିର ନାମ ମାୟା ଓ ଶିବମ୍ ରଖାଯାଇଛି । ନନ୍ଦନକାନନ ପ୍ରତିଷ୍ଠା ଦିବସରେ ସେମାନଙ୍କ ନାମକରଣ କରାଯାଇଥିଲା।  ଏବେ ଏହି ଦୁଇ ଶାବକ ପ୍ରାୟ ୧୪ ମାସର ହୋଇଗଲେଣୀ ବୋଲ ଗତ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଂହୀ ରେବା ଆଉ ତିନି ଶାବକ ଜନ୍ମ ଦେବା ପରେ  ନନ୍ଦନକାନନରେ ଏହି ପ୍ରଜାତିର ସିଂହ ସଂଖ୍ୟା ୧୭ରେ ପହଞ୍ଚିଛି।