Odisha News: ଭୁବନେଶ୍ୱର: ଆଜି ବିଧାନସଭା ମୌସୂମୀ ଅଧିବେଶନର ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିବସ ଆରମ୍ଭରୁ ଗୃହ ମଧ୍ୟରେ ଜୋରଦାର ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ବିରୋଧୀ ନେତାମାନେ ନାରାବାଜୀ କରିବା ସହିତ ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। 


COMMERCIAL BREAK
SCROLL TO CONTINUE READING

ବିଧାନସଭାର ଅଧିବେଶନରେ ଦ୍ୱିତୀୟ ଦିନରେ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ। ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାରୁ ଗୃହର ମଧ୍ୟଭାଗକୁ ଆସି ନାରାବାଜୀ କରିଥିଲେ ବିରୋଧି। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗରେ ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଦାବି କରି ମୁଲତବି ପ୍ରସ୍ତାବ ଆଣିଥିଲେ ବିରୋଧି। ସେପଟେ ଶାସକ ଦଳ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବିରୋଧୀ ବିଜେପିକୁ ଘେରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଦିନ ସାଢେ ୧୧ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଦେଇଛନ୍ତି ବାଚସ୍ପତି।