Odisha News: ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ରାସ୍ତାର ଜରାନିବାସ ପାଖ ଢିପରେ ସ୍ୱାସ୍ଥ୍ୟକର୍ମୀ ବସନ୍ତ ସାହୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜିତ ସାହୁକୁ ପୋଲିସ ପୁରୀରୁ ଗିରଫ କରିବାରେ ସଫଳ ହୋଇଛି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ଦିନ ହେବ ଧାମନଗର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଖୋଜା ଖୋଜା ଖୁଜି ଜାରିରଖିଥିଲା। ତେବେ ଗତ ମଙ୍ଗଳବାର ପୁରୀ ରୁ ମୁଖ୍ୟ ଅଭିଯୁକ୍ତ ଅଜିତ ସାହୁକୁ ଧରିବାରେ ସଫଳ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। ବୁଧବାର ଦିନ ତମାମ ଅନ୍ୟାନ୍ୟ ସ୍ଥାନରେ ରଖି ସନ୍ଧ୍ୟା ସମୟରେ ଧାମନଗର ଅଦାଲତରେ ଅଜିତକୁ ହାଜର କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦେଇଥିଲେ ଅଦାଲତ। ଧାମନଗର ପୋଲିସ ଏତେ ବଡ଼ ଘଟଣାରେ ଅଜିତ ସାହୁକୁ ରିମାଣ୍ଡରେ କଣ ପାଇଁ ନେଲାନି ତାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ଧାମନଗର ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ପୋଲିସର କାର୍ଯ୍ୟକଳାପକୁ ସନ୍ଧେହ କରିଛନ୍ତି ପରିବାର ଲୋକେ।


COMMERCIAL BREAK
SCROLL TO CONTINUE READING

ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ସ୍ନେହାଶିଷ ପଣ୍ଡା ଜାମିନ ଆବେଦନ କରିଥିଲେ। ଅପରପକ୍ଷରେ ସରକାରୀ ଆଇନ ଯିବ ଅମରେନ୍ଦ୍ର ମହାନ୍ତି ଜାମିନ ଆବେଦନକୁ ବିରୋଧ କରିବା ସହ ଖାରଜ କରିବା ପାଇଁ କୋର୍ଟଙ୍କ ନିକଟରେ ଦାବି ରଖିଥିଲେ।


ସୂଚନା ମୁତାବକ ଗତ ମାସ ୧୬ ତାରିଖ ସକାଳେ ଧାମନଗର ବ୍ଲକ ଗୋବିନ୍ଦପୁର ଗ୍ରାମର ବସନ୍ତ ସାହୁ ଦୋବଲ-ଧାମନଗର ରାସ୍ତାର ଜରାନିବାସ ପାଖ ଢିପରେ ମୃତଦେହ ମିଳିଥିଲା। କାଦୁଅ ସରସର ଶବଟି ପଡ଼ିଥିବାବେଳେ ତାଙ୍କ ମୁହଁରୁ ଫେଣ ବାହାରୁଥିଲା। ସେପଟେ ତାଙ୍କ ମୋଟର ସାଇକେଲଟି ଦୋବଲ ଉପସ୍ବାସ୍ଥ୍ୟକେନ୍ଦ୍ର ପାଖରେ ପାର୍କିଂ ହୋଇଥିଲା। ସେଦିନ ସକାଳେ ଦୋବଲ ଏଏନ୍ଏମ୍ ସେଣ୍ଟରର ସ୍ବାସ୍ଥ୍ୟକର୍ମୀ ସନ୍ତୋଷଙ୍କୁ ଫୋନ୍ କରି ବସନ୍ତଙ୍କ ବାଇକ୍ ଛିଡ଼ା ହୋଇଥିବା କଥା କହିଥିଲେ। ସନ୍ତୋଷ ଆସି ବାଇକ ନେବାବେଳେ ମୃତଦେହ ଜରାନିବାସ ପାଖରେ ପଡ଼ିଥିବା ଖବର ପାଇ ସେଠାକୁ ଯାଇଥିଲେ। ତା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। 


ଏନେଇ ସେହିଦିନ ୧୨ଟା ୨୭ରେ ବଡ଼ ଭାଇ ସନ୍ତୋଷ ଧାମନଗର ଥାନାକୁ ଆସି ତାଙ୍କ ସାନଭାଇ ବସନ୍ତ ସାହୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଏତଲା ଦେଇଥିଲେ। ଏତଲାରେ ଦର୍ଶାଇଥିଲେ ଯେ, ବସନ୍ତ ଓ ଅଜିତ ସାହୁଙ୍କ ପତ୍ନୀର ଅନୈତିକ ସଂପର୍କ ରହିଛି ବୋଲି ଅଜିତ ସନ୍ଦେହ କରୁଥିଲା। ବସନ୍ତ ଓ ଅଜିତର ପତ୍ନୀ ଦୁହେଁ ସ୍ବାସ୍ଥ୍ୟକର୍ମୀ ଭାବେ କରୋନା କାଳରେ କାମ କରୁଥିଲେ। ଗୋଟିଏ ଜାଗାରେ ଡ୍ୟୁଟି ପଡୁଥିଲା। ଏଣଉ ଦୁହେଁ ରୀତିମତ ସାଙ୍ଗ ହୋଇ ଡ୍ୟୁଟିକୁ ଯାଉଥିଲେ। ଏହାକୁ ନେଇ ଅଜିତଙ୍କ ମନରେ ସନ୍ଦେହ ଉପୁଜିଥିଲା। ପରେ ପରେ ଏହି ଘଟଣାକୁ କେନ୍ଦ୍ର କରି ବସନ୍ତଙ୍କୁ ଗାଳିଗୁଲଜ ଓ ମାରଧର କରିଥିଲା। ଏମିତିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। 


ବିବାଦ ବଢ଼ିବାରୁ ବସନ୍ତ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ଆପୋଷ ସମାଧାନ ପାଇଁ ଉଦ୍ୟମ କରିଥିଲେ। ସେହି ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଦାମୋଦର ମଲ୍ଲିକଙ୍କ ମଧ୍ୟସ୍ଥତାରେ ୧୫ ତାରିଖରେ ବିରୁହାଁର ଏକ ସ୍ଥାନରେ ମିଟିଂ କରିବାକୁ ଯୋଜନା ହୋଇଥିଲା। ସେହିଦିନ ଏ ସଂପର୍କରେ ଘର ଲୋକଙ୍କୁ ଜଣାଇ ବସନ୍ତ ବିରୁହାଁକୁ ଆସିଥିଲେ। ହେଲେ ବିଳମ୍ବିତ ରାତି ଯାଏ ଘରକୁ ନ ଫେରିବାରୁ ବଡ଼ଭାଇ ସନ୍ତୋଷ ଧାମନଗର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଖୋଜାଖୋଜି କରାଯିବ ବୋଲି ସେଦିନ ଧାମନଗର ପୋଲିସ ପ୍ରତିଶ୍ରୁତି ଦେଇଥିଲା ବୋଲି ସନ୍ତୋଷ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ହେଲେ ପରଦିନ ସକାଳୁ ବସନ୍ତଙ୍କ ମୃତଦେହ ମିଳିଥିଲା। ଜୋଉଦିନ ମୁଖ୍ୟ ଅଭିଯୁକ୍ତ ଓ ଭଦ୍ରଲୋକ ବସି ଏ ବିଷୟରେ ଆଲୋଚନା ବେଳେ ଅଭିଯୁକ୍ତ ଅଜିତ ବସନ୍ତକୁ ବାଡେଇବାର ଭିଡିଓ ମଧ୍ୟ ଭାଇରାଲ ପରେ ଧାମନଗର ପୋଲିସ ମୁଖ୍ୟ ଅଭିଯୁକ୍ତ ଅଜିତ କୁ ଖୋଜିବା ଆରମ୍ଭ କରିଥିଲା ଓ ଆଜି ଗିରଫ କରିଥିଲା।


Also Read: IND Vs BAN LIVE Score and Updates: ଭାରତ ଓ ବାଂଲାଦେଶର ଲାଇଭ ସ୍କୋର ଅପଡେଟ


Also Read: IND vs BAN: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କଣ କହୁଛି ହେଡ଼ ଟୁ ହେଡ଼ ରେକର୍ଡ