Odisha News: ଭଦ୍ରକ ମିଲର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।ଧାନ କିଣାରେ ପ୍ରଶାସନ ଭଦ୍ରକ(Bhadrak) ମିଲରମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି ମିଲାର ସଂଘ। ସଙ୍କଟରେ ଭଦ୍ରକ ଜିଲ୍ଲାର ଥିବା ୨୦ରୁ ଉର୍ଦ୍ଧ୍ବ ଚାଉଳ ମିଲ୍। ଭଦ୍ରକରେ ଥିବା ମିଲ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଧାନ କିଣା ହୋଇ ନ ଥିବା ବେଳେ ବାହାର ଜିଲ୍ଲା ଓ ରାଜ୍ୟକୁ ଧାନ ଚାଲାଣ ହେବାରେ ଲାଗିଛି।ତେବେ ଧାନର ଅଭାବ ଯୋଗୁଁ ଚାଉଳ ପ୍ରସ୍ତୁତ କରି ଟାର୍ଗେଟ ପୂରଣ କରିବା ଆମ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯିବ ବୋଲି ମିଲର୍ସମାନେ ଆଶଙ୍କା ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏବେ ଜିଲ୍ଲାରେ ୧୬୨ମଣ୍ଡିରେ ଧାନ ସଂଗ୍ରହ ଚାଲିଥିବା ବେଳେ, ବାହର ଜିଲ୍ଲାକୁ ଧାନ ଚାଲି ଯାଇଥିବାବେଳେ ଚାଷୀଙ୍କ ନିକଟରେ ଅଧିକ ପରିମାଣରେ ଧାନ ଗଚ୍ଛିତ ନ ଥିବା ଦେଖିବାକୁ ମିଳିଛି। ବର୍ତମାନ ସୁଦ୍ଧା ୧୨ଲକ୍ଷ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଥିବାବେଳେ, ଆହୁରି ଆମ ପାଇଁ ୫ଲକ୍ଷ କ୍ୟୁଣ୍ଟାଲ ଧାନର ଆବଶ୍ୟକ ଅଛି ବୋଲି ଜିଲ୍ଲା ମିଲର୍ସ ସଙ୍ଘ ର ସଭାପତି ଶେଖର ମହାପାତ୍ର କହିଛନ୍ତି।


ଜିଲ୍ଲାରେ ମିଲର୍ସ ମାନେ ଅଧିକ ପରିମାଣରେ ଧାନ କିଣିବାକୁ ଆଗ୍ରହୀ ଥିବା ବେଳେ, ଅନ୍ୟ ଜିଲ୍ଲାର ମିଲରଙ୍କ ପ୍ରତି ପ୍ରଶାସନ ଅନୁକମ୍ପା ଦେଖାଇ ଭଦ୍ରକ ଜିଲ୍ଲାର ଧାନକୁ ବାହାରକୁ ପଠାଉଛନ୍ତି। ଯାହା ଫଳରେ ଜିଲ୍ଲା ଭିତରେ ଥିବା ଚାଉଳ ଶିଳ୍ପ କ୍ଷତି ସହିବା ଭଳି ସ୍ଥିତି ଦେଖାଦେଇଛି। ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲାର ମିଲର୍ସ ମାନଙ୍କୁ ଅଗ୍ରାଧିକାର ଭିତରେ ଧାନ ସଂଗ୍ରହ ପାଇଁ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଥିଲେ ମିଲର୍ସ ସଙ୍ଘ ର କର୍ମକର୍ତ୍ତା।