Odisha News: ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ର ପର୍ଦ୍ଦାଫାସ୍ କରିଛି ପୋଲିସ୍। ହତ୍ୟାକାଣ୍ଡ ରେ ସମ୍ପୃକ୍ତ ହତ୍ୟାକାରୀ କୁ ଗିରଫ କରାଯିବା ସହ ତାଠାରୁ ବେଆଇନ ଭାବେ ବ୍ୟବହୃତ ଦେଶୀ ବନ୍ଧୁକ କୁ ଜବତ କରାଯାଇଛି । ଘଟଣା ପରେ ମୃତ କୈଳାସ ଙ୍କ ଘରୁ ଆଉ ଏକ ଦେଶୀ ବନ୍ଧୁକ କୁ ମଧ୍ୟ ଜବତ କରାଯାଇଥିବା ବେଳେ ମୋଟ ଦୁଇଟି ଦେଶି ବନ୍ଧୁକ ଜବତ କରାଯାଇଛି । ଆଜି ମୋହନା ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ଯେ , ଗତ ଶନିବାର ଦିନ ୧୫ ତାରିଖ ରେ ରଜ ସଂକ୍ରାନ୍ତି ଅବସରରେ ଭାଲିଆଗଣି ଗ୍ରାମର କୈଳାସ ନାୟକ ଙ୍କୁ ସମ୍ପର୍କୀୟ ଭିଣୋଇ ଉଦୟ ନାୟକ ହିଁ ଗୁଳି କରି ହତ୍ୟା କରିଛି । 


COMMERCIAL BREAK
SCROLL TO CONTINUE READING


ମୃତ କୈଳାସ ଓ ଅଭିଯୁକ୍ତ ଉଦୟ ଉଭୟ ସମ୍ପର୍କରେ ଭିଣୋଇ ଶଳା ଅଟନ୍ତି। ପୁର୍ବରୁ ଏମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା , ଝଗଡ଼ା ପରେ ଉଦୟ ପ୍ରତିଶୋଧ ପରାୟଣ ହୋଇ ମନେ ମନେ ସୁଯୋଗ ଖୋଜୁଥିଲା । ତେବେ ରଜ ସଂକ୍ରାନ୍ତି ଅବସରରେ ଜଙ୍ଗଲୀ ଜିବଜନ୍ତୁ ଶିକାର କରିବା ବାହାନାରେ ଗାଁ ନିକଟସ୍ଥ ଜଙ୍ଗଲ କୁ ମିଳିମିଶି ଯାଇଥିଲେ । ଏହାପରେ ଉଦୟ ଙ୍କ ଗୁଳିମାଡ଼ରେ କୈଳାସ ର ମୃତ୍ୟୁ ଘଟିଥିଲା , କିନ୍ତୁ ଉଦୟ ନାୟକ ବନ୍ୟଜନ୍ତୁ ଙ୍କୁ ଶିକାର କରିବା ବେଳେ ଭୁଲରେ କୈଳାସ ଦେହରେ ଗୁଳି ବାଜିଥିବା ସଫେଇ ଦେଇଥିଲା । 


ମୋହନା ପୋଲିସ ଟିମ ଏହାକୁ ଗମ୍ବିରତାର ସହ ତଦନ୍ତ କୁ ଜୋରଦାର କରିବା ପରେ ଏହା ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ ସ୍ବଷ୍ଟ କରାଯାଇଛି । ଘଟଣା ରେ ଦୁଇ ଜଣଙ୍କର ଠାରୁ ପୃଥକ ପୃଥକ ଭାବେ ଦୁଇ ଟି ଦେଶୀ ବେଆଇନ ବନ୍ଧୁକ ଜବତ କରିବା ସହ ହତ୍ୟା ଅଭିଯୁକ୍ତ ଉଦୟ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶ୍ବିନୀ ନାୟକ। ତେବେ ଗାଁ ରେ ଏବେ ବି ଅନେକ ବେଆଇନ ଭାବେ ଦେଶି ବନ୍ଧୁକ ରହିଥିବା ବେଳେ ବନ ବିଭାଗକୁ ଅବଗତ କରାଯିବା ସହ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।