Bhubaneswar Market Building: ଆସନ୍ତକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଖେଲିପାରେ ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂ (Bhubaneswar Market Building) । ଏନେଇ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କୁ ଆଜି ଭେଟିବେ ସ୍ଥାୟୀ ବ୍ୟବସାୟୀ । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ ଜଣିଆ ପ୍ରତିନିଧି ଦଳ ଆଜି ବିଏମସି କମିଶନରଙ୍କୁ (BMC Commissioner) ଭେଟିବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ପ୍ରାୟ ୨ ସପ୍ତାହ ବନ୍ଦ ରହିବା ପରେ ଆସନ୍ତକାଲିଠାରୁ ଖୋଲିପାରେ ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲଡିଂ । ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ମଧ୍ଯରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ୧୬ ଦିନ ହେବ ବନ୍ଦ ରହିଛି ଭୁନେଶ୍ବରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ । ଏନେଇ ଆଜି ବିଏମସି କମିଶନରଙ୍କୁ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ ଜଣିଆ ପ୍ରତିନିଧି ଦଳ ଭେଟିବା ନେଇ ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନରୁ ଲାଗି ରହିଥିବା ଏହି ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ୍ ବିଲ୍ଡିଂ(Market Building) ଖୋଲିପାରେ ବୋଲି ଆଶା କରାଯାଉଛି । ଯଦି ଏନେଇ କୌଣସି ପ୍ରତିଶ୍ରୁତି ନ ମିଳେ ତାହାଲେ ମାର୍କେଟ୍ ବିଲ୍ଡିଂ ଖୋଲାଯିବ ନାହିଁ ବୋଲି ରୋକ ଠକ୍ ଚେତାବନୀ ଦେଇଛି ସ୍ଥାୟୀ ବ୍ୟବସାୟୀ ସଂଘ । ସେପଟେ ଉଠା ଦୋକାନୀଙ୍କ (street vendors) ଯୁକ୍ତି ଯେ, ସେମାନେ ବର୍ଷ ବର୍ଷ ଧରି ଏଠାରେ ବ୍ୟବସାୟ କରିଆସୁଥିବା ବେଳେ ଅନ୍ୟତ୍ର ଥଇଥାନ ନ ହେବା ଯାଏଁ ସେମାନେ ମାର୍କେଟ୍ ବିଲ୍ଡିଂ ପରିସରରେ ବ୍ୟବସାୟ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସୂଚନା ଥାଉ କି, ଏହି ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । କିନ୍ତୁ ପ୍ରତିଶ୍ରୁତି ପରେ ବି ମାର୍କେଟ୍ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ଉଠାଇବାରେ ବିଏମସି (Bhubaneswar Municipal Corporation) ବିଫଳ ହେବାରୁ । ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ୍ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ଏହି କାରଣରୁ ସଂଘ ପକ୍ଷରୁ ପ୍ରାୟ ୨ ସପ୍ତାହ ହେବ ମାର୍କେଟ୍ ବିଲ୍ଡିଂ ବନ୍ଦ ରଖାଯାଇଛି । ସେପଟେ ଘରୋଇ ଉପକରଣ ହେଉ ଅବା କୌଣସି ଆସବାବପତ୍ର ବା ପୋଷାକ ଇତ୍ୟାଦି ଲାଗି ବହୁ ଲୋକେ ମାର୍କେଟ୍ ବିଲ୍ଡିଂ ଉପରେ ନିର୍ଭର କରିଥାଆନ୍ତି । ତେବେ ଏତେ ସମୟ ଧରି ମାର୍କେଟ୍ ବନ୍ଦ ଥିବାରୁ ଗ୍ରାହକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସେପଟେ ମାର୍କେଟ୍ ବିଲ୍ଡିଂରେ ଏବେ ପ୍ରାୟ ୨୦୦ ଜଣ ଉଠାଦେକାନୀ ବେପାର କରୁଥିବା ସୂଚନା ରହିଛି । ଏତେ ସଂଖ୍ୟାକ ଦୋକାନୀ ବସି ବ୍ୟବସାୟ କରୁଥିବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ ।


Also Read- Dengue: ବଢିଲା ମୃତ୍ୟୁ ସଂଖ୍ୟା, ରାଜଧାନୀରେ ପ୍ରସୂତିଙ୍କ ଜୀବନ ନେଲା ଡେଙ୍ଗୁ


Also Read-Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?


ଗୋଟେ ପଟେ ଉଠା ଦୋକାନୀଙ୍କୁ ମାର୍କେଟ୍ ବିଲ୍ଡିଂରୁ (Market Building) ହଟିଇବା ନେଇ ସ୍ଥାୟୀ ବ୍ୟବସାୟୀ ସଂଘ (Market Building Traders’ Association) ଜିଦ୍ ଧରିଥିବା ବେଳେ ଅନ୍ୟପଟେ ଥଇଥାନ ନହେବା ପର୍ଯ୍ୟନ୍ତ ଏଠାରୁ ହଟିବେ ନାହିଁ ବୋଲି କହିଛନ୍ତି ଉଠା ଦେକାନୀ । ତେଣେ ବିଏମସି ଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇଦେବା ପାଇଁ ୪ଟି ଜାଗା ବାଛିଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ମଧ୍ଯ ବହୁ ଥର ଉଠା ଦେକାନୀଙ୍କୁ ମାର୍କେଟରୁ ହଟାଇବା ଲାଗି ସ୍ଥାୟୀ ବ୍ୟବସାୟୀ ପକ୍ଷରୁ ଧାରଣା ଓ ବନ୍ଦ ଡାକରା ଦିଆଯାଇଥିବା ଦେଖିବାକୁ ମିଳିଛି।