Odisha News: ଭୁବନେଶ୍ୱର: ଦରମା ବୃଦ୍ଧି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ରାଜମହଲ ଫ୍ଲାଏ ଓଭର ବ୍ରିଜ ତଳେ ଶହ ଶହ ସଫେଇ କର୍ମଚାରୀମାନେ ସକାଳୁ ସକାଳୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।  ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବିଗୁଡ଼ିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସେପଟେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ କାରଣରୁ ରାଜଧାନୀର ୫୩ଟି ଯାକ ୱାର୍ଡରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଅଳିଆ ନ ଉଠିବାରୁ ଚତୁର୍ଦ୍ଦିଗ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଏକ ନମ୍ବର ପରିବା ହାଟରେ ଦୋକାନୀମାନେ ଅଳିଆ ଉଠାଉଥିବାଦେଖିବାକୁ ମିଳିଛି। ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଥିବା ବେଳେ ୫୦ଟି ୱାର୍ଡରୁ ସକାଳୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି। ମାସିକ ବେତନ ୧୫ହଜାରକୁ ବୃଦ୍ଧି କରିବା ସହ ଆବର୍ଜନା ପୃଥକ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରିବାକୁ ସଫେଇ କର୍ମଚାରୀମାନେ ଦାବି କରିଛନ୍ତି । ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ମଧ୍ୟ ବିରୋଧ କରାଯାଇଛି। ତମାମ ପ୍ରସଙ୍ଗକୁ ନେଇ ଫେବ୍ରୁଆରି ୨୪ରୁ ସଫେଇ କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ୨୯ତାରିଖରେ ମେୟରଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ। ତେବେ ବିଏମସି ଦାବି ନଶୁଣିବା ଫଳରେ ଶେଷରେ ଝାଡ଼ୁ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ସଫେଇ କର୍ମଚାରୀ।