Bus Strike Update: ରାଜ୍ୟରେ  ଘରୋଇ ବସ୍ ଧର୍ମଘଟକୁ ନେଇ ବଡ଼ ଅପଡେଟ୍ ଆସିଛି (Private bus strike) । ରାଜ୍ୟରେ ସ୍ଥଗିତ ରହିଲା ଘରୋଇ ବସ୍ ଧର୍ମଘଟ।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ  ଧର୍ମଘଟ  (bus strike suspended till October 31 ) ନିସ୍ପତିକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ (Private Bus Owners Association) । ଏନେଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଏହି ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ବୋଲି ସେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: Odisha News: ଓଡି଼ଶାର ମାଟି ପରେ ଏବେ ଜଳ ଉପରେ ଆଖି ପକାଇଲାଣି ଆନ୍ଧ୍ର!


ସୂଚନା ଅନୁସାରେ,  ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ।  ଦିର୍ଘ ସମୟ ଧରି ଘରୋଇ ବସ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ବୈଠକ ସକରାତ୍ମକ ଥିଲା।  ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ,   ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଯୋଜନାକୁ (lakshmi Bus Scheme) ବିରୋଧ କରି ମଙ୍ଗଳବାର ଠାରୁ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ  (Bus owners association) ।  ଦାବି ପୂରଣ ନହେବା ଯାଏଁ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ (Bus Strike) ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିଲା। 


ଏନେଇ ରବିବାର ଦିନ ଅଲ ଓଡିଶା ଘରୋଇ ବସ ମାଲିକ ସଂଘର (All Odisha Bus Owners Association) ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଥିଲା । ଲକ୍ଷ୍ମୀ ବସ୍ (lakshmi Bus) ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ସରକାର ସେମାନଙ୍କ ଦାବି ନ ମାନିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ହେଲେ ସରକାର (Government of Odisha) ଆଲୋଚନାକୁ ଡାକିଲେ ନାହିଁ, କି ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଥିଲା । ଅନ୍ୟପଟେ ‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି । ସରକାର ରାଜି ହେଲେ, ଘରୋଇ ବସ୍ (Tourist Bus) ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।  କେବେଳ ସେତିକି ନୁହେଁ, ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ସେବା ବନ୍ଦ ରହିବ ବୋଲି କହିଥିଲା ସଂଘ ।