Nandankanan Ropeway: ଆରମ୍ଭ ହୋଇଛି ପିକନିକ୍‌ ଋତୁ (Picnic Season)। ପରିବାର ସହ ଟିକେ ସମୟ ବିତେଇବାକୁ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼। ଏହି କ୍ରମରେ ଯଦି ଆପଣ ପିକନିକ୍ ପାଇଁ କି ବୁଲାବୁଲି ପାଇଁ ଯଦି ଆପଣ କିଛି ପ୍ଲାନ୍ କରିଛନ୍ତି। ତେବେ ଆପଣ ଭୁବନେଶ୍ବର ସ୍ଥିତ  ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ (Nandankanan Zoo) ବି ଯାଇପାରିବେ। କାହିଁକିନା, ଦୀର୍ଘ ୧୨ବର୍ଷ ପରେ ଭୁବନେଶ୍ବରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପ ୱେ (Ropeway facility) ମଜା ନେଇପାରିବେ ପର୍ଯ୍ୟଟକ। ଆଜିଠାରୁ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ।


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ  : HBD Nayanthara: ଫି'ରେ ଦୀପିକାଙ୍କୁ ପଛରେ ପକାଇବେ ନୟନତାରା, ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତେ କୋଟି


ସୂଚନା ଅନୁସାରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରୋପ ୱେ (Nandankanan Ropeway) ୧୯୯୪ ମସିହାରେ ଆରମ୍ଭ ହୋଇଥିଲା। କିନ୍ତୁ ବିଭିନ୍ନ ସମୟରେ ଯାନ୍ତିକ ତ୍ରୁଟି ଦେଖାଦେଇଥିଲା। ଏହା ସହ ୨୦୧୦ -୧୧ ରେ ୨ଥର ଦୁର୍ଘଟଣା ହେବାରୁ ରୋପ ୱେକୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇଥିଲା। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ଗତକାଲି,  ଅତ୍ୟାଧୁନିକ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି ।


ପର୍ଯ୍ୟଟକମାନଙ୍କ ପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି ।  ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ ମନଭରି ଉପଭୋଗ କରିପାରିବେ।  ତେବେ, ରୋପଓ୍ବେ ଗୁଡିକରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସି ପାରିବେ। ୭୨ ଜଣ ପର୍ଯ୍ୟଟକ ଏକାଥରକେ ବୁଲୁବାର ମଜା ନେଇପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପୱେର ସ୍ୱତନ୍ତ୍ର ଟିକେଟ କାଉଣ୍ଟର ବି କରାଯାଇଛି । ସକାଳ ସମୟ ୮ଟା ରୁ ଅପରାରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ଜଣାପଡିଛି।। ରୋପ ୱେ ର ଟିକେଟ ଦାମ୍ ୧୨୦ ଟଙ୍କା ରଖାଯାଇଛି  । ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଶୁକ୍ଲ ଲାଗୁ ହେବ ନାହିଁ।