Odisha News:(ଭୁବନେଶ୍ୱର) କଟକ- ବାରବାଟି ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‍ଙ୍କୁ ଆଇନଗତ ଝଟକା ଲାଗିଛି। ଓଡ଼ିଶା ଗୃହ ଏବଂ ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ ( ଓଏଚଆରଡିସି) ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ରାୟ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ନିର୍ବାଚନ ମୁହାଁ ମୋକିମ୍‍ଙ୍କୁ  ଶକ୍ତ ଧକ୍କା ଦେଇଛନ୍ତି।  ନିମ୍ନ ଅଦାଲତଙ୍କ ରାୟ ଅନୁସାରେ ମୋକିମ୍‍ଙ୍କୁ ତିନିବର୍ଷ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ।  ଏହା କେବଳ ମୋକିମଙ୍କୁ ନୁହେଁ, କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ଝଟକା ହେବ। କାରଣ କଟକ ବାରବାଟୀ ବିଧାନସଭା ଆସନରେ ୨୦୧୯ ନିର୍ବାଚନରେ ମୋକିମ୍‍ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଉପକୂଳ ଓଡ଼ିଶାରେ ନାଁ ରଖିଥିଲେ। ନିଜର ଲୋକସମ୍ପର୍କ ଲାଗି ପରିଚିତ ଥିବା ମୋକିମଙ୍କ ଆସନରୁ ଏବେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।


COMMERCIAL BREAK
SCROLL TO CONTINUE READING

ALSO READ: Eid 2024: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦ୍