Dengue: ରାଜଧାନୀରେ ବେକାବୁ ଡେଙ୍ଗୁ (Dengue)।  ହୁ ହୁ ହୋଇ ବଢି ଚାଲିଛି ରୋଗୀଙ୍କ ସଂଖ୍ୟା (Dengue Patient)। ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ (Bhubaneswar)। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସପିଟାଲର ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଡେଙ୍ଗୁ ପରୀକ୍ଷା କରିବାକୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିବାକୁ ପଡିଛି। ତେବେ, ଏହାରି ଭିତରେ ଏକ ଚମକେଇ ଦେବା ପରି ଖବର ଦେଇଛି ସ୍ବାସ୍ଥ୍ୟ ବିଭାଗ। (Seroprevalence) ସେରୋସର୍ଭିଲାନ୍ସରେ ଡେଙ୍ଗୁର ୪ ପ୍ରକାର ଭୂତାଣୁ ସାଧାରଣତଃ ଦେଖିବାକୁ ମିଳିଥାଏ। ଏବେ ରାଜ୍ୟର ୭୦ ପ୍ରତିଶତ ନମୁନାରେ ଡେଙ୍ଗୁ -୨ (ଡିଇଏନ୍‌ଭି-୨) ଚିହ୍ନଟ ହୋଇଥିବା  ଜଣାପଡ଼ିଛି। ସେହିପରି ,୨୮ ପ୍ରତିଶତ ନମୁନାରେ ଡେଙ୍ଗୁ-୧,ଗୋଟିଏ ନମୁନାରେ ଡେଙ୍ଗୁ-୩ ଓ ଦୁଇଟି ନମୁନାରେ କୋ-ଇନ୍ଫେକ୍ସନ ଚିହ୍ନଟ ହୋଇଛି । ତେବେ କେଉଁ ଭାରିଆଣ୍ଟ ଭୂତାଣୁ ରୋଗୀଙ୍କୁ ଅଧିକ ଗୁରୁତର କରୁଛି, ତାହା ଜାଣିବା ଲାଗି ଆରଏମଆରସି (Regional Medical Research Centre) ପକ୍ଷରୁ ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ନମୁନାର ସିରୋଟାଇପିଂ କରାଯାଉଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ବରରେ ଆଉ ୨ଟି ଡେଙ୍ଗୁ ଲ୍ୟାବ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। 


COMMERCIAL BREAK
SCROLL TO CONTINUE READING

Also Read: Horoscope Today Aug 26 2023: ଏହି ରାଶିଙ୍କୁ ବ୍ୟବସାୟରେ ଲାଭ ମିଳିବା ସହ ପ୍ରାପ୍ତ ହେବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?


Also Read: Shani Remedies: ଆପଣଙ୍କ ଉପରେ ରହିଛି କି ଶନିଙ୍କ କୋପ ଦୃଷ୍ଟି? ଶନିଦଶାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ!


କେବଳ ଭୁବନେଶ୍ବରରେ ନୁହେଁ,  କଟକ, ବାଲେଶ୍ୱର, ରାଉରକେଲା ଆଦି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ଡାକ୍ତରଖାନାରେ ବେଡ୍ କମ୍ ପଡ଼ୁଥିବା ଦେଖିବାକୁ ମିଳିଛି। ସେପଟେ ଡେଙ୍ଗୁ ରୋକିବାକୁ ବିଏମସି ପ୍ରସ୍ତୁତ କରିଥିବା ମାଷ୍ଟର ପ୍ଲାନ୍ ଫେଲ ମାରିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି। କାହିଁକିନା ରାଜଧାନୀର କେତେକ ଅଞ୍ଚଳରେ ଏବେବି ପାଣି ଜମି ରହୁଛି । ଯାହା ଫଳରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି। ଭୁବନେଶ୍ୱରରେ ବଢ଼଼ୁଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଲୋକେ ସିଧାସଳଖ ବିଏମ୍‌‌ସିକୁ ଦାୟୀ କରୁଥିବା ଦେଖିବାକୁ ମିଳିଛି। କାରଣ ଅଧିକାଂଶ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଖରାପ ହେବା ସହିତ ବହୁ ଅଞ୍ଚଳରେ ନାଳ ନର୍ଦ୍ଦମାକୁ ସଫା କରା ନଯିବା ବା ମଶା ତେଲ ପଡ଼ୁ ନଥିବା ଅଭିଯୋଗ ହୋଇଛି। ସେହିପରି ମଶା ଧୂଆଁ ମଧ୍ୟ ସବୁ ଆଡ଼େ ଦିଆଯାଉ ନ ଥିବାରୁ ମଶାଙ୍କ ପ୍ରାଦୁର୍ଭାବ କମିବା ବଦଳରେ ବଢ଼଼ି ବଢ଼ି ଚାଲିଛି।


ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ରହିଛି । ସେପଟେ ସିଲଭଲ ସିଟି କଥା ତ ନ କହିବା ଭଲ । ସିଡିଏ ଅଞ୍ଚଳ ପାଲଟିଛି ଡେଙ୍ଗୁର ହଟସ୍ପଟ । ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ସ୍ଥିତି ଖରାପ ହେବାରେ ଲାଗିଛି । କହିବାକୁ ଗଲେ ଘରେ ଘରେ ଏବେ ଡେଙ୍ଗୁ ରୋଗୀ ମଧ୍ୟ ଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୪୯ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଥିବା ବେଳେ ଜଗତସିଂହପୁରରୁ ୧୬୪ ଡେଙ୍ଗୁ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହି କ୍ରମରେ,କଟକରୁ ୧୯୯ ଓ  ପୁରୀରୁ ୨୮୨ ଓ ବାଲେଶ୍ୱରରୁ ୨୪୯ ରୋଗୀ ଚିହ୍ନଟ ହୋଇଛନ୍ତି।