Bhubaneshwar To Guwahati Direct Flight Service: ଏଣିକି  ଭୁବନେଶ୍ବରରୁ ଗୌହାଟୀକୁ (Guwahati) ଯାତ୍ରା ହେବା ଆହୁରି ସହଜ। କାହିଁକିନା, ଆଜିଠୁ ଓଡ଼ିଶାରୁ ଗୌହାଟୀକୁ ସିଧାସଳଖ ଉଡ଼ିବ ବିମାନ (Bhubaneshwar To Guwahati Direct Flight Service)। ଆଜିଠାରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ  ଯାତାୟାତ ସମୟ କମିବ। ଭୁବନେଶ୍ବରରୁ ଗୌହାଟୀକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ମାତ୍ର ଦେଢ଼ ଘଣ୍ଟାରେ ଗୌହାଟୀରେ ପହଞ୍ଚିବେ ଯାତ୍ରୀ । ଆଜିଠୁ ପ୍ରତିଦିନ ଭୁବନେଶ୍ୱର-ଗୌହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ (Indigo) ।  ପ୍ରତିଦିନ ବିମାନ ଅପରାହ୍ନ ୧ଟା ୨୮ରୁ ଭୁବନଶ୍ୱରରୁ ଛାଡ଼ିବ ଓ ୨ଟା ୫୫ ମିନିଟ୍ ରେ ଗୌହାଟିରେ ପହଞ୍ଚିବ । ସେହିପରି ବିମାନ ଗୌହାଟୀରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ୱରର ବିମାନ ବନ୍ଦରରୁ ସୁରଟ, ଜମ୍ମୁ ଓ ଚଣ୍ଡିଗଡକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (Biju Patnaik International Airport) ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: Laxmi Bus: କଳାହାଣ୍ତିରେ ଗଡି଼ବ 'ଲକ୍ଷ୍ମୀ ବସ୍‌', ଏହି ଦିନଠୁ ମିଳିବ ସେବା


ତେବେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ରାଜଧାନୀ ଭୁବନେଶ୍ବର ସହ ୨୦ଟି ସ୍ଥାନ ସିଧା ଯୋଡ଼ି ହୋଇଥିବା ବେଳେ ଗୌହାଟୀ ୨୧ତମ ସ୍ଥାନ ହେବ । ପୂର୍ବରୁ ଭୁବନେଶ୍ବରରୁ ଗୌହାଟୀକୁ ଭାୟା କୋଲକାତା ଦେଇ ଯାଉଥିଲେ ବିମାନ ଯାତ୍ରୀ । ଏଥିପାଇଁ ଯାତ୍ରୀଙ୍କୁ ୧୨ରୁ ୧୬ ଘଣ୍ଟା ସମୟ ଲାଗୁଥିଲା ।  ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ ଏବଂ ସିଙ୍ଗାପୁରକୁ ଭଳି ସ୍ଥାନକୁ ସିଧାସଳଖ ବିମାନ ଉଡୁଛି । ଏବେ ଭୁବନେଶ୍ବରରୁ ଦୈନିକ ୫୦ଟି ଫ୍ଳାଇଟ୍‌ ଉଡ଼ାଣ ଓ ୫୦ଟି ବିମାନ ଅବତରଣ କରୁଛି। ୭ ହଜାର ଯାତ୍ରୀ ଆସୁଥିବା ବେଳେ ୬ ହଜାରରୁ ଅଧିକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଯାତ୍ରୀ ସଂଖ୍ୟାକୁ ଦେଖି ବିଭିନ୍ନ ସ୍ଥାନକୁ ସିଧା ବିମାନ ସେବା ବ୍ୟବସ୍ଥା କରାଯାଉଛି ।


ସେହିପରି,  ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Jharsuguda Veer Surendra Sai Airport) ଆଉ ଦୁଇଟି ବିମାନ କୋଲକାତା (Kolkata) ଓ ବେଙ୍ଗାଲୁରୁକୁ (Bengaluru)(2 more flights will fly from jharsuguda) ଖୁବଶିଘ୍ର ଉଡିବ।  ଝାରସୁଗୁଡାରୁ ବିମାନ ବନ୍ଦରରୁ  କୋଲକାତାକୁ ନଭେମ୍ବର ୫ ତାରିଖରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ସେହିପରି,  ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Veer Surendra Sai Airport, Jharsuguda) ବେଙ୍ଗାଲୁରୁକୁ (Bengaluru) ମଧ୍ୟ ଚଳିତ ବର୍ଷ ୧୫ ନଭେମ୍ବରରୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଖୁବଶିଘ୍ର ଝାରସୁଗୁଡ଼ା ସହର ସହ ବେଙ୍ଗାଲୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସିଧାସଳଖ ଯୋଡ଼ି ହେବ।