Odisha News: ପାଣିପାଗ ସୂଚନାକୁ ଅଧିକ ସକ୍ରିୟ ତଥା ସ୍ଥାନୀୟ କୈନ୍ଦ୍ରିକ କରିବା ପାଇଁ ସମ୍ବଲପୁରରେ ସ୍ଥାପନ ହେବ ଡପ୍ଲର ରାଡାର। ଆସନ୍ତା ୨ରୁ ତିନି ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଭୁବନେଶ୍ୱସ୍ଥିତ ଭାରତ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁରଠାରେ ସି-ବ୍ୟାଣ୍ଡ ଡପ୍ଲର ରାଡାର ସ୍ଥାପନ ହେବ। ଏଥିଲାଗି ଆବଶ୍ୟକ ସମସ୍ତ ଯନ୍ତ୍ରାଂଶ ଭୁବନେଶ୍ୱର ପହଞ୍ଚି ସାରିଛି। ଏସବୁ ନିର୍ଦ୍ଧାରିତ ସ୍ଥାନରେ ଲାଗିବା ପରେ ତାହାକୁ ଉପଗ୍ରହ ସହ ସଂଯୋଗ କରାଯିବ। ଏହା ମାଧ୍ୟମରେ ସମ୍ପୃକ୍ତ ସ୍ଥାନ ଓ ଆଖପାଖ ଅଞ୍ଚଳରେ ଆକାଶ ଓ ପବନକୁ ଅନୁଧ୍ୟାନ କରିବା ସହଜ ହେବ। ଏହି ଅନୁସାରେ ସ୍ଥାନୀୟ କୈନ୍ଦ୍ରିକ ସଠିକ୍‍ ପୂର୍ବାନୁମାନ କରିବା ପାଣିପାଗ ବୈଜ୍ଞାନିକଙ୍କ ଲାଗି ସହଜ ହେବ। ପାଣିପାଗ ବିଭାଗ ଅନୁସାରେ ଏହା ଆସନ୍ତା ୨ରୁ ୩ ମାସ ଅର୍ଥାତ୍‍ ମୌସୁମୀ ଋତୁ ଆରମ୍ଭରୁ କାର୍ଯ୍ୟ ଆାରମ୍ଭ କରିବ। ଫଳରେ ପଶ୍ଚିମାଞ୍ଚଳରେ ବର୍ଷାର ଗତି କ’ଣ ହେବ, କେଉଁଠାରେ କେତେବେବେଳେ କେତେ ବେଗରେ ପବନ ଓ କୁଆପଥର ପଡ଼ିବ ତାହା ସ୍ପଷ୍ଟ ହେବ।


Also Read: Puri News: ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ


Also Read: Road Accident: ଖଣିରେ ଓଲଟିଲା ବସ୍ , ୧୫ ମୃତ , ଏକାଧିକ ଆହତ


ଏହା ପୂର୍ବରୁ ବାଲେଶ୍ୱରରେ ଏକ ଡପଲର ରାଡାର ସ୍ଥାପନ ପାଇଁ ଚାଲିଥିବା ଯୋଜନା ଅସମ୍ପୂର୍ଣ୍ଣ ରହିଛି। ଅଧା ସ୍ଥାପନ ହୋଇ ଏହା ପଡ଼ି ରହିଥିବା ସୂଚନା ମିଳିଛି। ଅପରପକ୍ଷେ, ଭୁବନେଶ୍ୱରରେ ଆଉ ଏକ ଅତ୍ୟାଧୁନିକ ରାଡାର ସ୍ଥାପନ ପାଇଁ ମଧ୍ୟ ପାଣିପାଗ ବିଭାଗ ଯୋଜନା ରଖିଥିବା ଜଣାପଡ଼ିଛି।