Odisha News: ମଦ ପିଇ କାର୍ଯ୍ୟାଳୟକୁ ଆସିଲେ ବରିଷ୍ଠ ଇଞ୍ଜିନିୟର, ଆଉ ତା` ପରେ...
Odisha News: ସରକାରୀ ନିୟମକୁ ଫୁ! କାର୍ଯ୍ୟାଳୟକୁ ମାତାଲ୍ ହୋଇ ଆସିଲେ ସରକାରୀ ଅଧିକାରୀ। ପିଅନ କି କୌଣସି ଛୋଟ କର୍ମଚାରୀ ନୁହଁନ୍ତି। ଜଣେ ବରିଷ୍ଠ ଇଞ୍ଜିନିୟର। କାର୍ଯ୍ୟାଳୟରେ ମଦ ପିଇ ଡ୍ୟୁଟି କରିବା ସହିତ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ସହିତ ଯୁକ୍ତିତର୍କ କରିବା ବାବୁଙ୍କୁ ମହଙ୍ଗା ପଡ଼ିଛି। ମାତାଲ୍ ସରକାରୀ ବାବୁ ଜଣଙ୍କ ହେଲେ ରାଉରକେଲା (Rourkela) ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଇଂ. ବିବେକାନନ୍ଦ ନାଏକ।
(ରାଉରକେଲା, ସୁଶାନ୍ତ ଦାସ୍)Odisha News: ସରକାରୀ ନିୟମକୁ ଫୁ! କାର୍ଯ୍ୟାଳୟକୁ ମାତାଲ୍ ହୋଇ ଆସିଲେ ସରକାରୀ ଅଧିକାରୀ। ପିଅନ କି କୌଣସି ଛୋଟ କର୍ମଚାରୀ ନୁହଁନ୍ତି। ଜଣେ ବରିଷ୍ଠ ଇଞ୍ଜିନିୟର। କାର୍ଯ୍ୟାଳୟରେ ମଦ ପିଇ ଡ୍ୟୁଟି କରିବା ସହିତ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ସହିତ ଯୁକ୍ତିତର୍କ କରିବା ବାବୁଙ୍କୁ ମହଙ୍ଗା ପଡ଼ିଛି। ମାତାଲ୍ ସରକାରୀ ବାବୁ ଜଣଙ୍କ ହେଲେ ରାଉରକେଲା (Rourkela) ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଇଂ. ବିବେକାନନ୍ଦ ନାଏକ।
ସୂଚନା ଅନୁସାରେ, ଆଜି ରାଉରକେଲା ଉଦିତ୍ ନଗର ସ୍ଥିତ କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟରେ (CITU) ସିଟୁ ଶ୍ରମିକ ନେତା ଓ ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ସମୟରେ ଇଂ.ନାୟକ ମାତାଲ୍ ଥିବା ଜଣା ପଡିଥିଲା। ଏପରିକି କାର୍ଯ୍ୟାଳୟ ମଧ୍ୟରେ ବେଶ୍ କିଛି ସମୟ ଧରି ପାଟିତୁଣ୍ଡ ହୋଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀ ତଥା ଉପନିର୍ଦ୍ଦେଶକ ବିଭୂପ୍ରସାଦ ଯେତେ ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ଶାନ୍ତ ପଡ଼ିନଥିଲା। କଥା ପହଞ୍ଚିଥିଲା ଉଦିତନଗର ଥାନାରେ।
ସୂଚନା ପାଇ ଉଦିତନଗର ପୋଲିସ ପିସିଆର୍ ଭ୍ୟାନ୍ ଯୋଗେ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବିବେକାନନ୍ଦ ଙ୍କୁ ତାଙ୍କ ସିଟ୍ରୁ ଥାନାକୁ ଉଠାଇ ନେଇଥିଲା। କିଛି ସମୟ ଥାନାରେ ବସିବା ପରେ ବିବେକାନନ୍ଦଙ୍କୁ ମଦ ପିଇଛନ୍ତି କି ନାହିଁ ସେନେଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା। କାର୍ଯ୍ୟାଳୟରେ ନିଶାସେବନ କରି ଡ୍ୟୁଟି ନ କରିବାକୁ ବିବେକାନନ୍ଦଙ୍କୁ ତାଗିଦ କରି ଥାନାରୁ ଛାଡ଼ି ଦିଆଯାଇଥିଲା। ତେବେ,ଡ୍ୟୁଟିରେ ଥିବା ସମୟରେ କିଭଳି ଜଣେ ବରିଷ୍ଠ ଅଧିକାରୀଙ୍କ ଏଭଳି ମାତାଲ ହୋଇ ଅଫିସକୁ ଆସୁଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆକ୍ସନ ରୂପେ କେବଳ ତାଗିଦ୍ ରେ କାମ ସରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।