Odisha News: ବାଲେଶ୍ବରରେ ଦୁର୍ଗାପୂଜା ଅବସରରେ ପ୍ରସିଦ୍ଧ ଆଖଡ଼ା ଖେଳର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ମହାବୀରଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି । ୧୯୨୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ମହତ ଉଦ୍ଦେଶ୍ୟନେଇ ଆଖଡା ଖେଳ ଆରମ୍ଭ କରିଥିଲେ। ଫାଇଟ ଏଗନେଷ୍ଟ ବ୍ରିଟିଶ ଓ ଶତ୍ରୁ ମାନଙ୍କ ସହିତ ଲଢେ଼ଇ ବିଜୟ ଲାଭ  ଉଦ୍ଦେଶ୍ୟନେଇ ଆଖଡା ଖେଳ ସେ ସମୟରୁ ଚାଲି ଆସୁଛି। 


COMMERCIAL BREAK
SCROLL TO CONTINUE READING

ଏନେଇ ଏକାଧିକ ଆଖଡା ଦଳ ବାଲେଶ୍ବର ସହର ମାକଲପୁର ମହାବୀର ମନ୍ଦିରରେ ନିଜ ନିଜର ଆଖଡା ଦଳ ଖେଳ ପ୍ରଦର୍ଶନ କରି ସଲାମୀ ଦେଇଛନ୍ତି। ଏହି ଆଖଡା ଖେଳ ଦେଖିବା ପାଇଁ ସହର ତଥା ଆଖପାଖ ଅଚଂଳରୁ ଶତାଧିକ ଲୋକଙ୍କ ଭିଡ ଜମିଥିଲା। ପରେ ଦଶହରାରେ ଏହି ଆଖଡ଼ା ଖେଳର ଉପସଂହାର ହେବ । ଏହାକୁ ନେଇ ସହରରେ ଶାନ୍ତି ଶୃଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବାଲେଶ୍ୱର ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି !