Odisha News: (ନାରାୟଣ ବେହେରା) ବେଡରୁମ୍ ରେ ଚାଲିଛି ପାରାଦୀପ ଇଏସ୍ଆଇ ହସ୍ପିଟାଲ୍, ଭଡା ସୂତ୍ରରେ ନିଆ ଯାଇଥିବା ଏହି ଘରର କୋଠରୀ ଗୁଡିକ ସଂକୀର୍ଣ୍ଣ ହୋଇଥିବାରୁ ଡାକ୍ତରଟିଏ ବସି ରୋଗୀ ଦେଖିବା ଭଳି ସ୍ଥାନଟିଏ ନାହିଁ। ଯାହାକୁ ଇଏସ୍ଆଇ ଇଏସ୍ଆଇ ହିତାଧିକାରୀମାନେ ସ୍ଥାନାନ୍ତର ପାଇଁ ଦାବୀ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଭଳି ଶିଳ୍ପାଞ୍ଚଳରେ। ପାରାଦୀପ ଶୀଳ୍ପାଞ୍ଚଳରେ ଛୋଟବଡ କରି ୨୦ରୁ ଉର୍ଦ୍ଧ ଶୀଳ୍ପ ସଂସ୍ଥା ରହିଥିବା ବେଳେ ୫୦ରୁ ଉର୍ଦ୍ଧ ଜାହାଜ ଏଜେଣ୍ଟ ଓ ଷ୍ଟିଭେଡୋର୍ କମ୍ପାନୀ ରହିଛି। ଏହାର କର୍ମଚାରୀ ମାନେ ଏହି ଇଏସ୍ଆଇ ହିତାଧିକାରୀ ହୋଇଥିବା ବେଳେ ଭଲକରି ଚିକିତ୍ସା ସେବା ଟିକିଏ ପାଇ ପାରୁନାହାନ୍ତି। ସାଧାରଣତଃ ଏହି ଶିଳ୍ପାଞ୍ଚଳ ରେ ଅବସ୍ଥିତ ଏକମାତ୍ର ଇଏସ୍ଆଇ ହସ୍ପିଟାଲ୍ ଏକ ଘରୋଇ ଭଡ଼ାଘରେ ଚାଲୁଥିବା ବେଳେ ଏହି ହସ୍ପିଟାଲରେ ଚିକିତ୍ସା ସୁବିଧା କିଛି ବୋଲି କିଛି ନାହିଁ । ରୋଗୀ ମାନେ ମେଡିକାଲ୍ କୁ ଆସୁଛନ୍ତି ସତ ହେଲେ ଏଠାରେ କିଛି ସୁବିଧା ସୁଯୋଗ ନ ଥିବାରୁ ଯାହା ଖାଲି ଡାକ୍ତର ଙ୍କ ସହ ପରାମର୍ଶ କରି ଫେରୁଛନ୍ତି ବୋଲି କହିଛନ୍ତି ଏହି ହସପିଟାଲରେ ନିର୍ଭର କରିଥିବା ଇଏସ୍ଆଇ ହିତାଧିକାରୀମାନେ।


COMMERCIAL BREAK
SCROLL TO CONTINUE READING

 ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ ଲିଷ୍ଟ୍ ପ୍ରାୟ ଲକ୍ଷେରୁ ଉର୍ଦ୍ଧ ଇଏସ୍ଆଇ ହିତାଧିକାରୀ ଥିବା ବେଳେ ପରିବାର ବର୍ଗ ସାମିଲ୍ ହେଲେ ତାହା ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି ଏହି ହସପିଟାଲରେ ନିର୍ଭରଶୀଳ ହିତାଧିକାରୀମାନେ। ସେହି ପରିମାଣକୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଏହି ଇଏସ୍ଆଇ ହସ୍ପିଟାଲ୍ ରେ କୌଣସି କିଛି ସୁବିଧା ସୁଯୋଗ ନଥିବା ବେଳେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏ ଭଡାଘରୁ ଏହି ହସ୍ପିଟାଲ କୁ ସ୍ଥାନାନ୍ତରଣ କରାଯାଇ ଏକ ଅତ୍ୟାଧୁନିକ ମେଡିକାଲ୍ ଖୋଲିବାକୁ ଇଏସ୍ଆଇ କାର୍ଡ୍ ଧାରୀ କହିଛନ୍ତି। ତେବେ ଏନେଇ ହସ୍ପିଟାଲର ସମସ୍ୟା ସମ୍ପର୍କରେ ଅଧିକାରୀ ଙ୍କୁ ପଚାରିବାରୁ ଇଏସ୍ଆଇ ନିର୍ଦ୍ଦେଶକ ସବୁକିଛି ଅବଗତ ଅଛନ୍ତି, ଚଳିତ ବର୍ଷ ନିର୍ବାଚନ ପୁର୍ବରୁ ଏନେଇ ଏକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିବା ସହ ପୁନର୍ବାର ନିର୍ଦ୍ଦେଶକ ଙ୍କୁ ଏସମ୍ପର୍କରେ ଅବଗତ କରାଇ କାର୍ଯ୍ୟ ଆରମ୍ଭ ନେଇ ଆଲୋଚନା କରାଯିବ ବୋଲିି କହିଛନ୍ତି ଇଏସ୍ଆଇ ସ୍କିମ୍ ର ଯୁଗ୍ମ ନିର୍ଦେଶକ ଡକ୍ଟର ଦୀଲ୍ଲିପ୍ କୁମାର ସାହୁ।ତେବେ ସ୍ବାସ୍ଥ୍ୟସେବା ଏକ ମୌଳିକ ସମସ୍ୟା ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟିଦେଇ ଏକ ଉନ୍ନତ ମାନର ହସ୍ପିଟାଲ ନିର୍ମାଣ କରିବାକୁ ସାଧାରଣ ରେ ଦାବି ହେଉଥିବା ବେଳେ ୧ଲକ୍ଷ ଇଏସ୍ଆଇ ହିତାଧିକାରୀଙ୍କ ପାଇଁ ଜଣେ ଡାକ୍ତର ରେ ଚାଲିଛି ଏହି ଇଏସ୍ଆଇ ମେଡିକାଲ୍। ଏହା ଉପରେ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଇଏସ୍ଆଇ ହିତାଧିକାରୀ ମାନେ ରାଜରାସ୍ତାକୁ ଓହ୍ଲାଇ ବଜ ବୋଲି ଚେତାବନୀ ଦେଇଛନ୍ତି।