Odisha News: ସମୁଦ୍ରରୁ ମାଛ ମାରିବା ଉପରେ ଦୁଇମାସ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି ଦୁଇ ମାସ ସମୁଦ୍ରରେ ମାଛ ମାରିବା ନିଷେଧ । ଓଡିଶା ଉପକୂଳରେ ମାଛ ମାରିବା ଉପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କଟକଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାରାଦୀପରେ ଥିବା ସମସ୍ତ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ମାନଙ୍କ ଅବଗତି ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ଦ୍ବାରା ସଚେତନ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ଓଲଟିଲା ସ୍କୁଲ୍ ବସ୍, ଘଟଣାସ୍ଥଳରେ ୫ ମୃତ , ୧୦ ଆହତ


ଏହି ଦୁଇମାସ ମାଛ ବଂଶ ବୃଦ୍ଧି ନିମନ୍ତେ ସରକାର ଏହି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଯେଉଁ ମାନେ ଉକ୍ତ ଆଇନ କୁ ନ ମାନିବେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୧୫ରୁ ଜୁନ୍ ମାସ ୧୪ତାରିଖ ପର୍ଯ୍ୟନ୍ତ ଓଡିଶା ଉପକୂଳରେ ୮.୫ ମିଟର ଦୈର୍ଘ୍ୟ ପର୍ଯ୍ୟନ୍ତ କୌଣସି ଟ୍ରଲର ବା ଯନ୍ତ୍ର ଚାଳିତ ଡଙ୍ଗା ବା ଦେଶୀ ଡଙ୍ଗା ଗୁଡିକୁ ମାଛ ଧରିବାକୁ ନିଷିଦ୍ଧ କରାଯାଇଛି। 


ତେବେ ଆଜି ଠାରୁ ସମସ୍ତ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ମାନଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ପାରାଦୀପ ମାଛଧରା ବନ୍ଦର, ଷଣ୍ଢକୁଦ ଓ ମତ୍ସ୍ୟଜୀବୀ ମାନେ ବସବାସ କରୁଥିବା ସ୍ଥାନ ଗୁଡିକରେ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଉଥିବା ଦେଖିବାକୁ ମିଳିଛି। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପାରାଦୀପ ମାଛଧରା ବନ୍ଦର ପରିଦର୍ଶନ କରି ଏହି କଟକଣା ଉପରେ ସଚେତନ କରାଇଥିବା ଜଣାପଡିଛି। ପ୍ରତ୍ୟେକ ବର୍ଷ ଏହି ଦୁଇ ମାସ ମାଛବଂଶ ବୃଦ୍ଧି ନିମନ୍ତେ ସମୁଦ୍ରରେ ମାଛ ମାରିବା ଉପରେ କଟକଣା କରି ଯାଇଥାଏ।