Odisha News: ୟୁପିର ପ୍ରୟାଗରାଜ ରେ ଜାଲ୍ ନୋଟ୍ କାରବାରେ ଓଡି଼ଶା ଲିଙ୍କ୍ । ଉତ୍ତରପ୍ରଦେଶର ପ୍ରୟାଗରାଜ୍ ସ୍ଥିତ ଏକ ମାଦ୍ରାସରେ ନକଲି ନୋଟ୍ କାରବାର୍ ଚାଲିଥିଲା। ଏହି କାରବାରରେ ମାଷ୍ଟରମାଇଣ୍ତ ଜାହିର ଖାନ୍ ଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବରୁର ଥାନା ଶୁକଦେବପୁରରେ ବୋଲି ଜଣାପଡିଛି। ଜାହିର୍ ୭ ବର୍ଷ ହେବ ପ୍ରୟାଗରାଜରେ ରହୁଥିଲା । ସେଠାରେ ଏକ ମଦ୍ରାସ୍ ରେ ମୌଲାନା ପାଠ ପଢୁଥିବା ପରିବାର ଲୋକେ ସୂଚାନ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Surya Budh Yuti 2024: କନ୍ୟାରେ ସୂର୍ଯ୍ୟ-ବୁଧଙ୍କ ଗୋଚର, ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ଦିନ!


ଗତ ୮ ଦିନ ପୂର୍ବରୁ ପୁଅ ଜାହିର କୁ ୟୁପି ପୋଲିସ୍ ଗିରଫ କରିଥିବା ଫୋନ୍ ଆସିଥିଲା ବୋଲି ଜାହିରଙ୍କ ବାପା କହିଛନ୍ତି। ଏନେଇ ବାସୁଦେବପୁର ପୋଲିସ୍ ଜାହିରଙ୍କ ବାପାକୁ ଡାକି ପଚରା ଉଚରା କରିଥିବା ଜଣାପଡିଛି। ଗତ ୨୮ ତାରିଖ ଦିନ ,ଉତ୍ତରପ୍ରଦେଶ ପ୍ରୟାଗରାଜ୍ ମଦ୍ରାସରେ ଜାଲ୍ ନୋଟ୍ କାରବାର ଠାବ ହୋଇଥିଲା। ମଦ୍ରାସରେ ଜାଲ୍ ନୋଟ୍ ଛପା ଯାଉଥିଲା। ମଦ୍ରାସରୁ ଜାଲ୍ ନୋଟ୍, ପ୍ରିଣ୍ଟର, ସ୍କାନର ଜବତ କରିବା ସହ ୪ ଜଣଙ୍କୁ ପୋଲିସ୍ ଗିରଫ କରିଥିଲା। ଜାଲ୍ ନୋଟ୍ କାରବାରର ମାଣ୍ଟର ମାଇଣ୍ତ ଥିଲେ ଜାହିର୍। ଜାହିର ର ଘର ଓଡି଼ଶାରେ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।