Odisha News କନ୍ଧମାଳ: ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ଲକ୍ଷ୍ୟରେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତ୍ତମଗଡ଼ ଗ୍ରାମପଞ୍ଚାୟତରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ ଓ ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଗ୍ରାମବାସୀଙ୍କୁ ମାଗଣା ରକ୍ତଚାପ, ହେମୋଗ୍ଲୋବିନ୍, ରକ୍ତହୀନତା ଏବଂ ଟିବି ଆଦି ରୋଗର ଯାଞ୍ଚ ସହ ସଚେତନତା କରାଯାଇଥିଲା ଏବଂ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗାନ୍ଧୀ ଫେଲୋ ବର୍ଷା ନଗର ମ୍ୟାଲେରିଆ, ରକ୍ତହୀନତା ଏବଂ ଜଳ ଜନିତ ରୋଗ ପାଇଁ ସଚେତନତା କରିଥିଲେ ଏବଂ ବିଭିନ୍ନ ରୋଗର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ସମ୍ପ୍ରଦାୟକୁ ସୂଚନା ପ୍ରଦାନ କରିଥିଲେ। ଏହି ଶିବିରରେ ପିଏଚ୍ସି ମେଡିକାଲ୍ ଅଫିସର (କୁର୍ତମଗଡ) ଡାକ୍ତର. ଦିବ୍ୟା ଲୋଚନ ପ୍ରଧାନ ଏବଂ ମେଡିକାଲ୍ ଅଫିସର (ତୁମୁଡିବନ୍ଧ CHC) ଡାକ୍ତର ସୁଶାନ୍ତ କୁମାର ପାତ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ସମସ୍ତ ଗ୍ରାମବାସୀଙ୍କୁ ପରୀକ୍ଷା କରି ଉନ୍ନତ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇଥିଲେ। ଶହ ଶହ ଗ୍ରାମବାସୀ ଏହି ଅନନ୍ୟ ଶିବିରକୁ ସକାରାତ୍ମକତା ଏବଂ ସହଯୋଗରେ ପୂର୍ଣ୍ଣ କରିଥିଲେ। ଏହି ଶିବିରକୁ ସଫଳ କରିବାରେ ପଞ୍ଚାୟତ ଅଧିକାରୀ ଗିରିଧାରୀ, ଗ୍ରାମ ରୋଜଗାର ସେବକ ରମେଶ ମୁଥା ମାଝି ଓ ଫିରୋଜ ମୁଖ୍ୟତଃ ସହଯୋଗ କରିଥିଲେ। ଏହି ଉତ୍କୃଷ୍ଟ ପଦକ୍ଷେପ ମାଧ୍ୟମରେ, ସାମାଜିକ ସଚେତନତା ସହିତ ସ୍ୱାସ୍ଥ୍ୟସେବାର ସମୃଦ୍ଧତା ପାଇଁ ଗାନ୍ଧୀ  ଫେଲୋ ବର୍ଷା ନଗର ଏବଂ ପିରାମଲ ଫାଉଣ୍ଡେସନର ଦଳ ଯଥେଷ୍ଟ ସହଯୋଗ କରିଛନ୍ତି।