Odisha News: ଚଳିତ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାଙ୍କ ପାଇଁ ଆଇଟିଆଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ସିଟରେ ନାମଲେଖା ଆବେଦନ ହୋଇଥିଲା  । ବେସରକାରୀ ସ୍କୁଲରେ ନାମ ଲେଖିବା ପାଇଁ ଅଭିଭାବକଙ୍କ ମଧ୍ୟରେ ବିଶେଷ ଉତକଣ୍ଠା ଦେଖାଯାଇଥିଲା।  ଓଡିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା ସମସ୍ତେ ବସ୍ତି, ସାହି, ଗଳି ମାନଙ୍କରେ ବ୍ୟାନର ଲଗାଇ ଛୋଟଛୋଟ ସଭାସମିତି ମାଧ୍ୟମରେ ପ୍ରସାର ପ୍ରଚାର ସହ ବ୍ୟାପକ ସଚେତନତା କରିବା ଫଳରେ  ଚଳିତ ବର୍ଷ ରାଜ୍ୟରେ  ୩୦,୩୦୦ ରୁ ଅଧିକ ଦରଖାସ୍ତ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଅଭିଭାବକ ଆବେଦନ କରିଥିଲେ।  


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆଜିର ଦିନ


କେବଳ ଭୁବନେଶ୍ବରରେ ୩୦୦୦ରୁ ଅଧିକ ଅଭିଭାବକ ପାଖାପାଖି ୧୭୫ ସ୍କୁଲ୍ ରେ ନାମଲେଖାଇବା ପାଇଁ ଆବେଦନ କରିଥିଲେ।  ଶୁକ୍ରବାର ପ୍ରଥମ ପ୍ରର୍ଯ୍ୟାୟରେ ଲଟେରୀରେ ପାଖାପାଖି ୧୭୨୩୫ ଜଣ ନାମ ଲେଖାଇଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ବିଶେଷ ଭାବେ ଭୁବନେଶ୍ବର ଡିଏଭି ସ୍କୁଲ୍, ମଦର ପବ୍ଲିକ୍ ସ୍କୁଲ, ଜାଭିୟର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆଦି ବଡ଼ ବଡ଼ ସ୍କୁଲରେ ୨୫ ପ୍ରତିଶତ ସିଟରେ ଅନେକ ଗରିବ  ପାଠ ପଢିବାର ସୁଯୋଗ ପାଇବାକୁ ସଂଘ ସ୍ବାଗତ କରିଛି।  ବିଶେଷ ଭାବେ  ଶିକ୍ଷା ଅଧିକାର ଅଭିଭାବକ ସଂଘର ଆବାହିକା କଳ୍ପନା ସାହୁ ଓ ତାଙ୍କ ସହଯୋଗୀଙ୍କ ସଫଳ ଚେଷ୍ଟା ରେ ଏଭଳି ଏକ ସଫଳତା ଓଡି଼ଶା ଅଭିଭାବକ ସଂଘକୁ ମିଳିଛି ବୋଲି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି।