High Court Ban Sand Lifting: ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ। ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ। ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଏଭଳି ବିଜ୍ଞପ୍ତି ଜାରି କରାଯାଇଥିଲା। ରହିତାଦେଶ ଜାରି ସତ୍ତ୍ୱେ ଖଣି ବିଭାଗ ବିଜ୍ଞପ୍ତି ଜାରି କରିଥିବାରୁ ଶୁଣାଣି ବେଳେ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଓଡ଼ିଶାରେ ନଦୀଶଯ୍ୟାରୁ ବାଲି ଉତ୍ତୋଳନ ଉପରେ ପୁଣି ଲାଗିଛି ହାଇକୋର୍ଟଙ୍କ ଛାଟ । ବାଲି ଉଠାଣ ନେଇ ରାଜ୍ୟ ଖଣି ବିଭାଗ କରିଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ବୁଧବାର ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ତପୀଠ ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ଏହି ଅଙ୍କୁଶ ଲଗାଇଛନ୍ତି । ଆସନ୍ତା ଫେବୃଆରୀ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବେଆଇନ ବାଲି ଚାଲାଣକୁ ନେଇ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ଗତ ଡିସେମ୍ବର ୨ ତାରିଖ ଶୁଣାଣିରେ କଟକ ହାଇକୋର୍ଟର ତତ୍କାଳୀନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଥିଲେ । ଚୟନୀଙ୍କ ପକ୍ଷରୁ ବାଲି ଚାଲାଣକୁ ନେଇ ଦାଖଲ ସତ୍ୟପାଠକୁ ମିଥ୍ୟା ବୋଲି ହୋଇକୋର୍ଟ ଅଭିହିତ କରିଥିଲେ । ବାଲି ଚାଲାଣର ବାସ୍ତବ ସ୍ଥିତି ଅଲଗା ଥିବାରୁ କେବଳ ନାମକୁ ମାତ୍ର ଜରିମାନା ଆଦାୟ କରି ବେଆଇନ ବାଲି ଚାଲାଣକୁ ପ୍ରଶାସନ ପ୍ରୋତ୍ସାହିତ କରୁଥିବା ହାଇକୋର୍ଟ କହିଥିଲେ । ଏପରି କି, ତାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟନୁଷ୍ଠାନ ନିଆଯିବା ଉଚିତ୍ ବୋଲି ହାଇକୋର୍ଟ ମତ ଦେଇଥିଲେ ।


ଏହା ବି ପଢନ୍ତୁ-Puri: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପ ନେଇ ହେବ ଆଲୋଚନା


ପ୍ରକାଶ ଥାଉ କି, ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ୍ ଜେନାରାଲ ବାଲି ଉଠାଣ ଉପରେ ଏକ ସତ୍ୟାପଠ ଦାଖଲ କରି ହାଇକୋର୍ଟଙ୍କୁ ଅବଗଚ କରାଇଥିଲେ । ଉକ୍ତ ସତ୍ୟପାଠ ଅନୁଯାୟୀ ୧୪ଟି ବାଲିଘାଟକୁ ବନ୍ଦ କରାଯାଇଛି । ଏଥିସହ କୌଣସି ବାଲିଘାଟ ଚାଲୁ ନାହିଁ ବୋଲି ଦର୍ଶାଇଥିଲେ । ହେଲେ ଡିସେମ୍ବର ୨୧ ତାରିଖରେ ରାଜ୍ୟ ଖଣି ବିଭାଗ ବାଲି ଉଠାଣ ଉପରେ ଏକ ବିଜ୍ଞପ୍ତି ଜାରି କରିଥିଲା । ଅତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖଣି ବିଭାଗ ଅନୁମତି ଦେଇଥିଲା । ଏନେଇ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବାଲିଘାଟରପ ମେଶିନ ଦ୍ବାରା ବାଲି ଉଠାଇବା ନିୟମ ନ ଥିବାବେଳେ ଖଣି ବିଭାଗ ମେକାନିକାଲ ଭାବେ ବାଲି ଉତ୍ତୋଳନ କରିବାକୁ ବିଜ୍ଞପ୍ତିରେ ପ୍ରକାଶ କରିଥିଲା । ହେଲେ ମେକାମିକାଲ ଉପାୟରେ କେମିତି ବାଲି ଉଠାଇବେ ତାହା ସ୍ପଷ୍ଟ କରିନଥିଲା । ଯାହା ଫଳରେ ସରକାରଙ୍କ ଏହି ବିଜ୍ଞପ୍ତି ଉପରେ ହାଇକୋର୍ଟ କ୍ଷୁବ୍ଧ ହେବା ସହ ସ୍ଥଗିତାଦେଶ ଜାରି କରିଛନ୍ତି ।