Kalia Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର  ।  ଉଚ୍ଚ ଶିକ୍ଷା ପାଇଁ ଆଉ ଖର୍ଚ୍ଚ କରିବାକୁ ପଡିବନି ଅଧିକ ଟଙ୍କା ।  ରାଜ୍ୟରେ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଛାତ୍ରବୃତ୍ତିର ପରିଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ।  ଏଣିକି କେବଳ ସରକାରୀ ସ୍କୁଲ୍ ନୁହେଁ, ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ବି ପାଇପାରିବେ 'କାଳିଆ ଛାତ୍ର ବୃତ୍ତି ' (Kalia Scholarship 2024) ।  ତେବେ, ସେହି ଘରୋଇ ଶିକ୍ଷାନୁଷ୍ଠାନର  ଅଲ୍ ଇଣ୍ତିଆ ସର୍ଭେ ଅନ୍ ହାୟର ଏଜୁକେକସ୍ ର କୋଡ୍ ଥିବା ଆବଶ୍ୟକ। ସେହିପରି ରାଜ୍ୟ ବାହାରେ ଥିବା ଏନଆଇଟି, ଆଇଆଇଟି, ଏମ୍ସରେ ପଢୁଥିବା ପିଲାମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇପାରିବେ। ' କାଳିଆ ଛାତ୍ର ବୃତ୍ତି ' ତାଲିକାରେ ବିଭିନ୍ନ ନୂଆ ପାଠ୍ୟକ୍ରମ ବି ସାମିଲ୍ ହୋଇଛି। ସୋମବାର ସାମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।  ବିଭାଗୀୟ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନରେ ଏମବିବିଏସ୍, ବିଡିଏସ୍, ବିଏଚଏମଏସ୍, ବି-ଫାର୍ମା, ବିଏସଟି(ନର୍ସିଂ), ପିବିବିଏସସି ନର୍ସିଂ, ବିଏସି, ବିଟେକ୍ ପ୍ରମୁଖ ପାଠ୍ୟକ୍ରମରେ କାଳିଆ ବୃତ୍ତି ମିଳୁଥିଲା। ୨୦୨୧-୨୨, ୨୦୨୨-୨୩ରେ ରାଜ୍ୟରେ ୧୮୩୯  ଛାତ୍ରଛାତ୍ରୀଙ୍କୁ ମୋଟ୍ ୩୮୮ କୋଟି ଟଙ୍କା ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ :  Odisha News: ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ହାଇସ୍କୁଲ୍ ଶିକ୍ଷକ, ଦରମା ୩୫ ହଜାର ଉପରେ


ହେଲେ  ଏବେ ଉଚ୍ଚ ଶିକ୍ଷା ପାଇଁ  ଅଧିକ ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏବେ ସ୍ନାତକ (ଗ୍ରାଜୁଏସନ୍) ପାଠ୍ୟକ୍ରମରେ ବିବିଏ, ବିସିଏ ପାଠ୍ୟକ୍ରମକୁ ସାମିଲ୍ କରାଯାଇଛି।  ସେହିପରି ସ୍ନାତକୋତ୍ତର (ପିଜି)  ପାଠ୍ୟକ୍ରମରେ  ଏମଟେକ୍, ଏମଏସଜି(ଏଜି), ଏମଏସସି(ଫରେଣ୍ଟ୍ରି), ମେଡିକାଲ୍ ସାଇନ୍ସରେ ପିଜି, ଏମବିଏ, ଏମସିଏ, ଏମ ଫାର୍ମ ତଥା ଏହାସ ସମକକ୍ଷ ପାଠ୍ୟକ୍ରମକୁ ସାମିଲ୍ କରାଯାଇଛି।  ପିଜି ପାଠ୍ୟକ୍ରମ ପାଇଁ ସର୍ବାଧିକ ୨ ଲକ୍ଷ ଛାତ୍ରବୃତ୍ତି ଦିଆଯିବ। ପିଜି ଭଳି  ପିଏଚଡି ପାଠ୍ୟକ୍ରମକୁ ବି ସାମିଲ୍ କରାଯାଇଛି। ତେବେ, ପିଏଚଡି ପାଇଁ ସର୍ବାଧିକ ୪ ବର୍ଷ ବୃତ୍ତି ପ୍ରଦାନ କରାଯିବ।  ଏହା କେବଳ ରାଜ୍ୟ ଭିତର ସରକାରୀ ଶିକ୍ଷାନୁଷ୍ଠାନରେ ଲାଗୁ ହେବ। ଆଗରୁ ଭୁବନେଶ୍ବର ଆଇଆଇଟି, ଭୁବନେଶ୍ବର ଏମ୍ସରେ ପଢୁଥିବା  ଛାତ୍ରଛାତ୍ରୀଙ୍କୁ କାଳିଆ ବୃତ୍ତି ଯୋଗାଇ ଦିଆଯାଉଥିବା ବେଳେ  ଏବେ ରାଜ୍ୟ ବାହାରର ନାଇଜର, ଆଇଜର, ଏନଆଇଟି, ଆଇଆଇଏମ୍,  ଏମ୍ସରେ ପଢୁଥିବା ପିଲାମାନେ ମଧ୍ୟ କାଳିଆ ବୃତ୍ତି ପାଇପାରିବେ।


ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଦାରିତ କୋର୍ସ ଫି ହାରରେ ଛାତ୍ରବୃତ୍ତି ଦିଆଯିବ।  ଯଦି ବିଦ୍ୟାର୍ଥି ଅନ୍ୟ କୌଣସି ଛାତ୍ରବୃତ୍ତି ପାଉଥିବେ  ସେହି ରାଶିକୁ କୋର୍ସ ଫିରୁ ବାଦ୍ ଦିଆଯିବ।  ସମସ୍ତ ଟଙ୍କା ଡିବିଟି ଜରିଆରେ ଦିଆଯିବ। ୟୁଜି, ପିଜି ଓ ପିଏଚଡି ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍, ମେସ୍ ଖର୍ଚ୍ଚ ବାବଦକୁ  ମାସକୁ ୧୨ ଶହ ଟଙ୍କା ମିଳିବ। ସେହିପରି, ଡିପ୍ଲୋମା ଓ ଆଇଟିଆଇ ପିଲାମାନଙ୍କୁ ମାସକୁ ୧ ହଜାର ଟଙ୍କା ବର୍ଷରୁ ୧୦ ମାସ ପାଇଁ ଦିଆଯିବ।  କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାମାନେ କମନ୍ ସ୍କଲାରସିପ୍ ପୋର୍ଟାଲ୍ ttps://scholarship.odisha.gov.in ରେ ଆଜି (ଜାନୁଆରୀ ୯)ରୁ  ୩୧ ତାରିଖ ପର୍ଯ୍ୟନ୍ତ  ଆବେଦନ କରିପାରିବେ। ଆବେଦନ ଓ ନବୀକରଣ ପାଇଁ ବର୍ଷକୁ ୨ ଥର ପୋର୍ଟାଲ୍ ଖୋଲା ରହିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।