Odisha Accident News: କୋରାପୁଟ: ଜୟପୁର ଘାଟିରେ ଏକ କୋଇଲା ବୋଝେଇ ଟ୍ରକ ଅଲୋଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ଘାଟିରେ। ଜୟପୁର ରୁ ଏକ ସ୍କୁଟିରେ ଦୁଇଜଣ ସମ୍ପର୍କୀୟ ମହିଳା ବାହାଘର ଜିନିଷ କିଣିବାକୁ ଜୟପୁର ଯାଇ କୋରାପୁଟ ଫେରୁଥିବା ସମୟରେ ଏକ କୋଇଲା ବୋଝେଇ ଟ୍ରକ ମଧ୍ୟ କୋରାପୁଟ ଫେରୁଥିଲା। ତେବେ ଜୟପୁର ଘାଟିରେ ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍ ଟି ଓଲୋଟି ପଡ଼ିବାରୁ କୋଇଲା ତଳେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀ ଓ ଜଣେ ଶିଶୁ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ଶିଶୁ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲ କୁ ପଠାଯାଇଛି। ମୃତ ଦୁଇ ଜଣ ନଣନ୍ଦ ଭାଉଜ ହୋଇଥିବା ଜଣା ପଡ଼ିଛି। ସେମାନେ କୋରାପୁଟ ଅଂଚଳର। ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


COMMERCIAL BREAK
SCROLL TO CONTINUE READING

ସେପଟେ ଗତକାଲି ବୁଧବାର ସନ୍ଧ୍ୟାରେ ଜୁନିୟନ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କୁ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ବସ ଓ ଟ୍ରଲର ପରସ୍ପର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ଗାଡ଼ିର ଚାଳକ ଗୁରୁତର ହୋଇ ପଡ଼ିଥିବା ସୂଚନା ରହିଛି। ସେହିପରି ଏହି ଦୁର୍ଘଟଣାରେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। 


ଏଥିମଧ୍ୟରେ ଟ୍ରଲର ଡ୍ରାଇଭର ୨୬ ବର୍ଷିୟ ସନ୍ତୋଷ ଓରାମ, ବସ୍ ଡ୍ରାଇଭର ସୋନପୁରର ୩୬ ବର୍ଷିୟ ସତ୍ୟକାନ୍ତ ନାୟକ, ଭାଲୁପଡ଼ାର ସବିତା ରଣଭିଦା (୫୦), ସମ୍ବଲପୁରର ପ୍ରସାଦ ରାଓ (୬୨), ବୁଢାମାଳର ସଞ୍ଜୀବ ସାହୁ (୨୫), ମଞ୍ଚଗାଁର ମଙ୍ଗଳ ଭୋଇ, ବିଶିପାଲିର ଜିତେନ୍ଦ୍ର ପ୍ରଧାନ, ଦେବରଡିହାର ସୁଶୀଳା ବନଛୋର, ଥେଟଟଙ୍ଗରର ସୁବାସିନି ଭୋଇ, ସୋନପୁରର ଉମାକାନ୍ତ ନାୟକ, ଭାଲୁପଡ଼ାର ମମତା ରଣଭିଦା, ଅଇଁଠାପାଲର ମୋହିତ କୁମାର ସାହୁ ତଥା ସମ୍ବଲପୁରର ଯଶୋଧାରା ସାହୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ଏକ ୯ ମାସର ଶିଶୁ ମଧ୍ୟ ସାମିଲ ରହିଛି। 


ପ୍ରଥମେ ସମସ୍ତ ଆହତଙ୍କୁ ଲାଖନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ତାପରେ ସେଠାରୁ ତିନିଜଣଙ୍କୁ ଝାରସୁଗୁଡା ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଗୁରୁତର ଆହତଙ୍କ ମଧ୍ୟରେ ଉମାକାନ୍ତ, ସତ୍ୟକାନ୍ତ, ସାନ୍ତୋଶ ଏବଂ ପ୍ରସାଦ ରାଓଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଛତିଶଗଡର ରାୟଗଡରୁ ସମ୍ବଲପୁର ଅଭିମୁଖେ ଯାଉଥିବା ରାଧାମାଦବ ବସରେ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ସମ୍ବଲପୁର ଯାଉଥିଲା।


ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲରକୁ ଭୋର ପ୍ରାୟ ସାଢେ ୫ଟା ସମୟରେ ଧକ୍କା ଦେଇଥିଲା। ବସଟି ଦ୍ରୁତ ବେଗରେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଧକ୍କାଦେଇଥିଲା। ତେବେ ଟ୍ରକଟି ଛତିଶଗଡ଼ ଯାଉଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସୂଚନା ପାଇବା ପରେ ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନେଇଥିଲା।


Also Read: Asia Cup 2023 : ଏସିଆ କପରେ ୩ ଥର ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ପାକିସ୍ତାନ, ଜାଣନ୍ତୁ ପୂରା ସମୀକରଣ


Also Read: Jagannath Temple: ବର୍ଷକର ଶିଶୁ ଜଗନ୍ନାଥ ମନ୍ଦିରର ପୁରୋହିତ: ଦରମା ଲକ୍ଷେ ଟଙ୍କାରୁ ଅଧିକ


Also Read: ZEE ODISHA Survey: ରୋହିତ ଶର୍ମାଙ୍କୁ ନେଇ ସର୍ଭେରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, କ୍ରିକେଟପ୍ରେମୀ ଦେଲେ ଏଭଳି ପ୍ରତିକ୍ରିୟା