Mahashivratri 2024: ପାଖେଇ ଆସୁଛି ଜାଗର। ଶ୍ରୀକ୍ଷେତ୍ର ଅଧିପତି  ପ୍ରଭୁ ଲୋକନାଥଙ୍କ (Lokanatha Temple) ଜାଗର ଯାତ୍ରାର ନୀତି (jagar jatra) ଚୂଡାନ୍ତ ହୋଇସାରିଛି। ଦିନରେ ଉପବାସ ରହି ରାତିରେ ଅଖଣ୍ତ ଦୀପ ଜାଳିବାକୁ ଲକ୍ଷାଧିକ ଭକ୍ତ ସେହି ପ୍ରତିକ୍ଷିତ ମୂହୁର୍ତ୍ତକୁ ଚାହିଁ ବସି ଥାଆନ୍ତି। ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ପଙ୍କୋଦ୍ଧାର ଏକାଦଶୀ ଠାରୁ ନେଇ କୃଷ୍ଣପକ୍ଷ ଚତୁଦ୍ଧର୍ଶୀ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ?


ମାର୍ଚ୍ଚ ୬ ତାରିଖରେ ବୁଧବାର ପଙ୍କୋଦ୍ଧାର ଏକାଦଶୀ ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଲୋକନାଥଙ୍କ ଦର୍ଶନର ସୁବିଧା ମିଳିବ।  ବର୍ଷକର ଏହି ଗୋଟିଏ ତିଥିରେ ପ୍ରଭୁ  ଶ୍ରୀଲୋକନାଥଙ୍କ (loknath)ଦର୍ଶନ ମିଳୁ ଥିବାରୁ  ଏକାଦଶୀରେ ମଧ୍ୟ ଜାଗରପଦା ଲୋକରଣ୍ୟ ହେବ।  ମାର୍ଚ୍ଚ ୮ ତାରିଖ ଶୁକ୍ରବାର  ଜାଗର ଦିନ ସାଢେ ୧୨ଟା ରେ ଦ୍ବାର ଖୋଲିବା ପରେ ଭୋର ୪ଟା ରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଜାଗର ଦିନ ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତିଭୋଗ ସମ୍ପାଦନ କରି ସାଢେ ୧୧ଟା ରାତିରେ ଶ୍ରୀଲୋକନାଥଙ୍କ ମନ୍ଦିରରେ ପହଞ୍ଚିବେ। ରାତି ୨ଟାରୁ ୩ ଟା ମଧ୍ୟରେ ଚତୁଦ୍ଧର୍ଶୀ ଧୂପ, ବଡ ସିଂହାର ବେଶ ନୀତି ଅନୁଷ୍ଠିତ ହେବ।  ଭୋର୍ ୪ଟା ପରେ ମହାଦୀପ ଉଠିବା ନେଇ  ନୀତି ନିର୍ଘଣ୍ଟ ହୋଇଛି। 



ସେହିପରି ଲିଙ୍ଗରାଜରେ , ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିର କରାଯାଇଛି  । ମହାଶିବରାତ୍ରି ପୂର୍ବ ରାତ୍ର ୨ଟା ୩୦ ମିନିଟ୍ ରେ ମନ୍ଦିରର ଦ୍ବାର ଖୋଲିବ । ଭୋର ୩ଟାରୁ ୩ଟା ୩୦ ମିନିଟ୍ ମଧ୍ଯରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ । ଏହାପରେ ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ଏହି ସମୟରେ ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ନିକଟକୁ ଯାଇ ଦର୍ଶନ କରିପାରିବେ ।  ସକାଳ ସାଢେ ୬ଟାରେ ରୋଷ ହୋମ ନୀତି ହେବ । ସେହିପରି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସ୍ବର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀ ଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀ ଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । 


୨ଟା ୩୦ରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ତପ, ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ମଧ୍ଯରେ ପୁଣି ଦର୍ଶନ ଆରମ୍ଭ ହେବ । ଅପରାହ୍ନ ୪ଟା ୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉ ବେଶ, ୫ଟା ୪୫ ମିନିଟ୍ ରୁ ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା। ସନ୍ଧ୍ୟା ସାଢେ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ । ୮ଟା ୧୦ରୁ ଶ୍ରୀ ଜିଉଙ୍କ ଯାତ୍ରା ପୂଜା ଓ ବେଢା ପରିକ୍ରମା ହେବ । ୮ଟା ୫୫ ମିନିଟରେ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ । ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ଏହାପରେ ଚାରି ପ୍ରହର ପୂଜା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।