Odisha News(କେନ୍ଦୁଝର, ଅଭୟ ମହାନ୍ତି) : ଭଦ୍ରକର ୨ ଐତିହାସିକ ମନ୍ଦିରରୁ ଚୋରୀ (Two Temples In Bhadrak) ହୋଇଛି। ସୂଚନା ଅନୁସାରେ ଭଦ୍ରକ ସନ୍ଥିଆ ଠାରେ ଥିବା ୨ଟି ପ୍ରାଚୀନ ମଦନମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଦାନ ବାକ୍ସ ସହ ସମସ୍ତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ ହୋଇଛି। ତେବେ ଆଜି ସକାଳୁ ମନ୍ଦିରକୁ ସ୍ଥାନୀୟ ବାସିନ୍ଦା ଆସିଥିବା ବେଳେ ତାଲା ଭାଙ୍ଗି ଦାନବାକ୍ସ ଲୁଟି ନେଇଥିବା ଦେଖିବକୁ ମିଳିଥିଲା। ତେବେ ଲୁଟେରା ମାନେ ଦାନବାକ୍ସକୁ ପାଖରେ ଥିବା ହୁରିପଦାରେ ପକାଇଥିବା ଦେଖିବକୁ ମିଳିଛି। ତେବେ ଦାନବାକ୍ସରେ କେତେ ଟଙ୍କା ଥିଲା ଏବଂ ୨ଟି ମନ୍ଦିରରୁ କ'ଣ ଲୁଟ ହୋଇଛି ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ନିକଟରେ, ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଶାରଳାଙ୍କ ମନ୍ଦିରରେ ଚୋରୀ ହୋଇଥିଲା। ମନ୍ଦିର ହୁଣ୍ତିରେ କେତେ ଟଙ୍କା ଥିଲା, ତାହା ଏପର୍ଯ୍ୟନ୍ତ ଜଣାଡିନି। ସୁଚନା ମୁତାବକ,  ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ମାଆ ଶାରଳାଙ୍କ ହୁଣ୍ଡି ଭାଙ୍ଗି କିଛି ଦୁବୃର୍ତ୍ତ ଟଙ୍କା ନେଇଯାଇଥିଲେ । ସକାଳୁ ମନ୍ଦିର ପୂଜକ ଆସି ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ତିର୍ତ୍ତୋଲ ଥାନାକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିଭଳି ସ୍ଥିତି  ଏହି ଚୋରି ହୋଇଛି ସେନେଇ ଛାନଭିନ୍ ଆରମ୍ଭ ହୋଇଛି।