Odisha News: ସ୍ଵାଧୀନତାର ୭୫ ବର୍ଷ ପରେ ଆଜି ମଧ୍ୟ ଅନେକ ଆଦିବାସୀ ଗାଁ ଓ ଦଳିତ ଗାଁକୁ ରାସ୍ତା, ବିଜୁଳି ଆଲୁଅ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପରି ସର୍ବନିମ୍ନ ମୌଳିକ ସେବା ସାତସପନ ହୋଇ ରହିଥିବା ଅଭିଯୋଗ ହୋଇଛି। ଏ ନେଇ ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁର ଓକିଲ ସଂଘର ପୁର୍ବତନ ସଭାପତି ଭଗବାନ ସାହୁ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ବିଶିଷ୍ଟ ଲେଖିକା ବିଦ୍ୟୁପ୍ରଭା ରଥ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଆଦିବାସୀ ଭାରତ ମହାସଭା ର ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ, ଜିଲ୍ଲା ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା ଏବଂ ଜଗନ୍ନାଥପ୍ରସାଦ ବ୍ଳକର ଅବହେଳିତ ତଥା ମୌଳିକ ଅଧିକାରରୁ ବଞ୍ଚିତ ଗାଁ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଗାଁ ର ପ୍ରତିନିଧି ମାନଙ୍କ ସହ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆର୍ ଡି ସିଙ୍କ ଅନୁପସ୍ଥିତିରେ ଅନୁସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଙ୍କ ସହ ବିସ୍ତୃତ ଆଲୋଚନା କରି ପ୍ରଦାନ କରାଗଲା।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ, ରୁପାନ୍ତରଣ, ଡିଜିଟାଲ ଭାରତ ଓ ଏ ୧ ର ଯୁଗ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତର ତାଳଖମଣ, ମଣ୍ଡାପଥର, ଡାଙ୍ଗିଭୂଇଁ ଆଦି ଆଦିବାସୀ ଗାଁକୁ ରାସ୍ତା ଓ ବିଜୁଲି ଆଲୁଅ, ପାନୀୟଜଳ ସାତ ସପନ ହୋଇଛି । ସେହିପରି ରଢ଼ାପଦର ଗ୍ରାମ ପଞ୍ଚାୟତର ଡେଲିଙ୍ଗିପଦର ଆଦିବାସୀ ଗାଁକୁ ରାସ୍ତା ନାହିଁ । ଏ ସବୁ ଗାଁ ମାନଙ୍କୁ ଖଟିଆରେ ବୁହା ହୋଇ ଯାଉଛନ୍ତି ଗର୍ଭବତୀ, ରୋଗି, ବୁଢ଼ା ବୁଢ଼ୀ । ରାସ୍ତା ପାଇଁଁ ପ୍ରାଥମିକ ଶିକ୍ଷାରେ ପାଠପଢ଼ା ବନ୍ଦ କରିବା ପାଇଁ ତିନି ଖଣ୍ଡର ଛାତ୍ର ଛାତ୍ରୀମାନେ ବାଧ୍ୟ ହୁଅନ୍ତି। ୨୦୧୬ ମସିହାରେ କ୍ରାନ୍ତିକାରୀ କୃଷକ ସଭା ନେତୃତ୍ବରେ ମୌଳିକ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ଯୋଗୁଁ ଭଞ୍ଜନଗର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତରାୟ ଅଞ୍ଚଳ ପରିଦର୍ଶନ କରି ୭ ଦିନ ମଧ୍ୟରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଲେ ୪ ଟି ଗାଁ ବୁରୁଡୁଙ୍ଗି, କାଳିଆଝୋଳା, କିମ୍ବରଖଣି ଓ ବନ୍ୟା ସାହି ର କାମ ହେଲା କିନ୍ତୁ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ପ୍ରତି ଅବହେଳା କରି ଆଜି ପର୍ଯ୍ୟନ୍ତ ରାସ୍ତା ଓ ବିଜୁଳି ଆଲୁଅ ବ୍ୟବସ୍ଥା ହୋଇନାହିଁ। ଜିଲ୍ଲା ପ୍ରଶାସନର ଏହି ଅବହେଳା ବିରୁଦ୍ଧରେ ସରଳ ଆଦିବାସୀମାନେ ଆସନ୍ତା ୨୬ ଫେବୃଆରୀ ୨୦୨୪ ଠାରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଗଣଧାରଣା ପୁଣି ଥରେ ଆରମ୍ଭ ହେବ ଏବଂ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ସମସ୍ୟାର ସମାଧାନ ଦିଗରେ ହସ୍ତକ୍ଷେପ ଓ ତ୍ବରିତ ପଦକ୍ଷେପ ପାଇଁ ସାମାଜିକ କର୍ମୀ ମାନେ ନିବେଦନ କରିଥିଲେ।ଆଦିବାସୀ ଓ ଦଳିତ ଗାଁ ମାନଙ୍କ ପ୍ରତି ରୀତିମତ ଅବହେଳାକୁ କଠୋର ଭାଷାରେ ନିନ୍ଦା କରିବା ସହ ଦକ୍ଷିଣାଞ୍ଚଳରେ ଥିବା ସମସ୍ତ ଆଦିବାସୀ ଓ ଦଳିତ ଗାଁ ମାନଙ୍କ ପ୍ରତି ସମୟୋଚିତ ପଦକ୍ଷେପ ଗ୍ରହଣ କରି ସମସ୍ତ ମୌଳିକ ସମସ୍ୟାର ସମାଧାନ ପାଇଁ ଦୃଢ ଦାବି ଉପସ୍ଥାପନ କରିଥିଲେ।


ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନ ସରକାରଙ୍କ ବର୍ବରୋଚିତ ଦମନ ଓ ଆକ୍ରମଣ କୁ କଠୋର ରୁ କଠୋର ଭାଷାରେ ନିନ୍ଦା କରିଥିଲେ। ଦିଲ୍ଲୀରେ ପ୍ରବେଶକୁ ରୋକ ଲଗାଇବା, ଟିଅର ଗ୍ୟାସ ଓ ରବର ବୁଲେଟରେ ମାଡ଼ ମାରି ଲହୁ ଲୁହାଣ କରିବା ଫାସିବାଦୀ ସରକାର ର ଲକ୍ଷଣ ଅଟେ। କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେବା ଯୋଗୁଁ ପୁଣି ଥରେ କୃଷକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଆଲୋଚନା ମାଧ୍ୟମରେ ତୁରନ୍ତ ସମାଧାନ କରି ଅନ୍ନଦାତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ମତପୋଷଣ କରିଥିଲେ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସାକ୍ଷାତକକରିବା ପାଇଁ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଓ ଡେଲିଙ୍ଗିପଦର ଆଦିବାସୀ ଗାଁ ର ସନାତନ ଜାନି, ପ୍ରଭାତ ଜାନି, ଯଶୋବନ୍ତ ଜାନି, କର୍ଣ୍ଣ ଜାନି ଆଦି ଉପସ୍ଥିତ ଥିଲେ।