Odisha News: ବ୍ରହ୍ମପୁର: ଆପଣମାନେ ପରଦାରେ 12th Fail ନାମକ ଏକ ସିନେମା ଦେଖିଥିବେ। ଜଣେ ଯୁବକ ଜୀବନର କଷାଘାତରେ ପଡ଼ି ସଂଘର୍ଷ କରି ଶେଷ ପ୍ରଶାସନିକ ଅଧିକାରୀ ହେଉଛି। ସିନେମାଟିର କାହାଣୀ ଏକ ସତ୍ୟ ଘଟଣାକୁ ନେଇ ଗତିଶୀଳ। ଠିକ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାରେ। ଓଡ଼ିଶାର ଭଞ୍ଜନଗର ଅଞ୍ଚଳରୁ ଆସିଛି ଏହି କାହାଣୀ। ପରିବାରର ଆର୍ଥିକ ସ୍ୱଚ୍ଛଳ ପାଇଁ ନିଜ ଦାଦନ ସାଜିଥିବା ଭଞ୍ଜନଗରର ବିଷ୍ଣୁ ଚରଣ ନାୟକ ଆଜି ପ୍ରଶାସନିକ ଅଧିକାରୀ ହୋଇ ପାରିଛନ୍ତି।  ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳରେ ୪୨୬ ସ୍ଥାନରେ ରହି ଉନ୍ନିତ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ବିଷ୍ଣୁ ଦିନେ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଚଳ ନଥିବାରୁ ବାହାଘର ପରେ କାମ ଅନ୍ୱେଷଣରେ ବାହାରିଯାଇଥିଲେ ସୁରଟ। ସେଠାରେ ଏକ ସୁତାକଳ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ ନିଯୁକ୍ତ ପାଇ ମେସିନ ଚଲାଉଥିଲେ। ମାସିକ ପାରିଶ୍ରମିକ ବାବଦରେ ୮ ହଜାର ଟଙ୍କା ପାଇ ଦୁଃଖ କଷ୍ଟରେ ଚଳିଆସୁଥିଲେ। ଏହି ସଂଘର୍ଷ କେବଳ ଏତିକି ନଥିଲା ପରିବାରରୁ ଟଙ୍କା ପଠାଇବାକୁ ଯାଇ ସେ ଦିନରେ କାମ କରିବା ସହ ଆରମ୍ଭ କରିଥିଲେ ପିଲାଙ୍କୁ ଟିଉସନ। ଇତି ମଧ୍ୟରେ ତାଙ୍କ ମନରେ ଆନ୍ଦୋଳିତ କରିଥିଲା ପୁର୍ବରୁ ଦ୍ବାଦଶ ଶ୍ରେଣୀରେ ଛାଡିଥିବା ପାଠକୁ କିଭଳି ପୁରଣ କରିବେ। ଏଥିପାଇଁ ପାଠ ପଢିବାକୁ ଆଗ୍ରହ ପ୍ରକାଶ ପାଇବା ପରେ ସୁରଟର ଏମକେବି ଆର୍ଟ୍ସ କଲେଜରେ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ବାରା ଯୁକ୍ତଦୁଇ ପାସ୍ ହେବା ସହ ଗ୍ରାଜୁଏସନ କରିଥିଲେ। 


ପୁଣି ଭଞ୍ଜନଗର କଲେଜରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ବାରା ମାଷ୍ଟର ଡିଗ୍ରୀ ସମ୍ପୁର୍ଣ୍ଣ କରିଥିଲେ। ସେତେବେଳେ ଅର୍ଥାତ କରୋନା ସମୟ ୨୦୨୧ ମସିହାରେ ବିଷ୍ଣୁଙ୍କ ମାଁ ଆରପାରିକୁ ଚାଲିଯାଇଥିଲେ।  ସେ ସମୟରେ ମାଷ୍ଟର ଡିଗ୍ରି ପରୀକ୍ଷା ଚାଲିଥିଲା। ଫାଇନାଲ ପାଇଁ ସମୁଦାୟ ନଅଟି ପରିକ୍ଷା ଥିଲା କିନ୍ତୁ ସେଥିରୁ ତିନୋଟି ପରିକ୍ଷା ଦେଇଥିଲେ ଆଉ ଛଅଟା ଦେଇନପାରି ଗାଁକୁ ଚାଲିଆସିଥିଲେ। 


ହେଲେ ଏ ସଂଘର୍ଷ ସଫଳତା ପାଇଁ ସେତେବେଳେ ବି ବାଧକ ସାଜିନଥିଲା । ପୁଣି ମାଷ୍ଟର ଡିଗ୍ରୀ ପରିକ୍ଷାରେ ଉତ୍ତିନ୍ନ ହେବା ପରେ ନିଟ ପରିକ୍ଷାରେ କୃତି ହାସଲ କରିଥିଲେ । ଏହା ପରେ ବିଷ୍ଣୁ ଚଡିଥିଲେ ସଫଳତାର ପାହାଚ । ଗୁଜୁରାଟ ଜିଲ୍ଲାର ନରମାଲ ସାଉଥ ଷ୍ଟେଟ ୟୁନିଭେରସିଟିରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୟୁନିଭେରସିଟିରେ ପାଠ ପଢେଇବା ସହ ନିଜେ ଅନୁସନ୍ଦାନ କରୁଥିବା ସମୟରେ ୟୁପିଏସି ସ୍ପଂସର୍ଷରେ ଆସିଥିଲେ । ଏହି ପ୍ରେରଣା ଯୋଗାଇଥିଲେ ନିଜ ସ୍ତ୍ରୀଙ୍କ ସହ ବନ୍ଧୁମାନେ।


ବିଷ୍ଣୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନେକ ସଂଘର୍ଷ କରି ଜୀବନ ସଫଳତା ପରିକ୍ଷାରେ ଉତ୍ତିନ୍ନ ହୋଇଥିବା ପ୍ରକାଶ କରିଛନ୍ତି । ପୁର୍ବରୁ ଶିକ୍ଷକତା କରି ବହୁତ ଲୋକଙ୍କ ଉପକାର କରିପାରିଛି । ଓଡିଶା ସିଭିଲ ସର୍ଭିସ ରେ କୃତିତ୍ବ ହାସଲ କରିବା ଏକ ନିଜକୁ ଭାଗ୍ୟଶାଳି ବୋଲି ମନେ କରିଛନ୍ତି । ଓଡିଶାର ବିଭିନ୍ନ ଲୋକ ଙ୍କ ଦୁର୍ଦଶା ଓ ସମସ୍ୟା ଦୁର କରିବାରେ ଏହି ସେବା କାମରେ ଆସିପାରିବ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି। ଏହି ବାସ୍ତବ ଘଟଣା ଶୁଣିଲେ ବି 12th fail ସିନେମା ଭଳି ସମାନ ପ୍ରତିତ ହେଉଛି । 12th fail ସିନେମାରେ ସାରା ଭାରା ଭାରତ ଦେଖିଥିଲା ମନୋଜ ଶର୍ମା ଙ୍କୁ । ଦ୍ବାଦଶରେ ଫେଲ ହୋଇବି ଜୀବନ ରେ ନିଜ ଲକ୍ଷରେ ସଫଳ ହୋଇପାରିଲେ ମନୋଜ । ମଧ୍ୟପ୍ରଦେଶର ଡକାୟତ ଗଡ ଚମ୍ବଲରୁ ଆପିଏସ ସେବାରେ ଯାତ୍ରା କୋଟି କୋଟି ଆଶାୟୀ ଙ୍କ ମନରେ ପ୍ରାଣରେ ନୁଆଁ ସାହାସ ଦେଇଥିଲା।