Mo Bus Toilet: ଭୁବନେଶ୍ୱର: ମହିଳା ମାନଙ୍କ ସୁରକ୍ଷା ଲାଗି ନବୀନ ସରକାର ସବୁବେଳେ ତତ୍ପର ଥାଆନ୍ତି। ସେଥିପାଇଁ ରାଜଧାନୀ ଭୁବନେଶ୍ବରରେ (Bhubaneswar)  ମହିଳା ମାନଙ୍କର ଯେ ପରି କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ନ ପଡିବ ସେଥିପାଇଁ ସରକାର ସବୁବେଳେ ତତ୍ପର ଦେଖାଇ ଆସିଛନ୍ତି।  ରାଜଧାନୀରେ ଥିବା ମୋ ବସ ଷ୍ଟାଣ୍ଡ (MO Bus stand) ନିକଟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଶୌଚାଳୟ ତିଆରି  (Mo Bus Toilet) କରାଯିବାକୁ ମଧ୍ୟ ନିଷ୍ପତି ହୋଇଥିଲା । ଆଉ ଶୌଚାଳୟ ମଧ୍ୟ ତିଆରି ହୋଇଥିଲା। ମାତ୍ର ଶୌଚାଳୟ ତିଆରିକୁ ଦିର୍ଘ ବର୍ଷ ବିତି ଯାଇଥିଲେ ବି କାର୍ଯ୍ୟ ଶେଷ ହେବାର ନାଁ ଧରୁନି। ଫଳରେ ଅଧାଗଢା ଶୌଚାଳୟ ର କାମ କିଛି ଅଧିକାରୀ ଓ କିଛି ଠିକାଦାରଙ୍କ ପାଖରେ ଅଟକି ରହିଯାଇଛି। 


COMMERCIAL BREAK
SCROLL TO CONTINUE READING


ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋରଧରିବାରେ ଲାଗିଛି ଏଭଳି ଅଧାଗଢା ଶୌଚାଳୟ କାହାପାଇଁ ? ମହିଳା ମାନେ ମୋବସ୍ ଷ୍ଟାଣ୍ତରେ ପରିସ୍ରା ଯିବାକୁ ହଇରାଣ ହରକତ ହେଉଥିବା ବେଳେ ଅଧାଗଢା ଶୌଚାଳୟରେ ଅସାମାଜିକ ଲୋକ ଓ କିନର ମାନଙ୍କ ପ୍ରାଦୃଭାବ ବଢିବାରେ ଲାଗିଛି। ସରକାରୀ କି ମୋବସ୍ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଫଳରେ ମୋ ବସରେ ଯାତ୍ରା କରୁଥିବା ମହିଳା ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେବେ, ଦେଖିବାକୁ ବାକି ରହିଲା କି ସତରେ ମହିଳା ମାନଙ୍କ ର ସୁବିଧା ପାଇଁ ମୋ ବସ ଷ୍ଟାଣ୍ଡ ନିକଟରେ ଶୌଚାଳୟ ଗୁଡିକ କେବେ କାର୍ଯ୍ୟକ୍ଷମ ହେଉଛି ?