Kandhamal: ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା  ବାଲିଗୁଡ଼ା କାମ୍ବରିଆରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ  କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ନକ୍ସଲ ସଂଗଠନ କେକେବିଏନ୍‍ର ମୁଖ୍ୟ ବୋଲି କୁହାଯାଇଛି। ଏଥିରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି।
 ଅନେକ ଦିନର ନୀରବତା ପରେ ପୁଣିଥରେ ଏଠାରେ ସଚଳ ହୋଇଛି ନକ୍ସଲ ସଂଗଠନ। ଏହାର ସୂଚନା ପାଇ ପୁଲିସ ସନ୍ଧ୍ୟାବେଳେ ଜଙ୍ଗଲରେ  ଦର୍ଚ୍  ଅପରେସନ୍‍ ଚଳାଇଥିଲେ। ଏହାଦ୍ୱାରା ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଯବାନଙ୍କ ହାତରେ ଗୁଳି ଲାଗି ସେ ଆହତ ହୋଇଥିଲେ। ତାଙ୍କୁ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି।