ଭୁବନେଶ୍ୱର: ଭଦ୍ରକରେ ସାମ୍ପ୍ରଦାୟିକ ହିଂସାକୁ ରୋକିବା ଲାଗି  କର୍ଫ୍ୟୁ ଲାଗୁ କରାଯାଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩  ଲାଗୁ କରାଯିବାଦ୍ୱାରା ଗୋଷ୍ଠୀଗତ ଆଚରଣ, କୌଣସି ସ୍ଥାନରେ ସଂଗଠିତ ହେବା ଉପରେ କଟକଣା ଲାଗୁ କରାଯାଇଛି। ଏହାସହ ସାମାଜିକ ମିଡିଆର ଦୁରୂପୋଯୋଗ ରୋକିବା ଲାଗି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ଉପରେ କଟକଣା ଲାଗିଛି। ଫଳରେ ଇଣ୍ଟରନେଟ୍‍ ଦ୍ୱାରା ଚାଲୁଥିବା ସମସ୍ତ କାର୍ଯ୍ୟ ଠପ୍‍ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ସାମାଜିକ ଗଣମାଧ୍ୟମରେ କୌଣସି ଜଣେ ବ୍ୟକ୍ତିଙ୍କ ଏକ ପୋଷ୍ଟକୁ କେନ୍ଦ୍ର କରି ପୁରୁଣା ଭଦ୍ରକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଯୁବକ ପୋଷ୍ଟ କରିଥିବା ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ଦାବିରେ ଏକାଠି ହୋଇ ପ୍ରଥମେ ଥାନା ଘେରାଉ କରିଥିଲେ। ପୁଲିସ ଏହି ଘଟଣାକୁ ଗୁରୁତ୍ୱ ଦେବା ସହ ସାଇବର ଆଇନ ଅନୁସାରେ ସମ୍ପୃକ୍ତ ଘଟଣାର ଅନୁଧ୍ୟାନ କରାଯାଇ ଦଣ୍ଡ ବିଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏହାକୁ ନମାନି ସମ୍ପୃକ୍ତ ଯୁବକମାନେ ହିଂସା ଆଚରଣ କରିବା ସହ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ। ଏଥିରେ ଜଣେ ଏସ୍‍ଆଇ ପ୍ରଥମେ ଆହତ ହେବାରୁ ଆଇନଶୃଙ୍ଖଳାକୁ ନିୟନ୍ତଅଣ କରିବା ଲାଗି ଏହି ଅଞ୍ଚଳରେ ପୁଲିସବଳ ଓ ମାଜିଷ୍ଟ୍ରେଟ୍‍ଙ୍କୁ ମୁତ୍ତୟନ କରାଯାଇଥିଲା।


 ହେଲା ସମ୍ପୃକ୍ତ ଯୁବକମାନେ ଏହାକୁ ଖାତିର ନକରି ପ୍ରଥମା ସିଟି ଡିଏସ୍‍ପି ଓ ମାଜିଷ୍ଟ୍ରେଟଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ପୁଲିସ ଫାଙ୍କା ଗୁଳି ଚାଳନା କରିବା ସହ ଏହି ଅଞ୍ଚଳରେ ୧୦ ପ୍ଲାଟୁନ୍‍ ବଳ ମୁତ୍ତୟନ କରି ଧାରା ୧୬୩ ଲାଗୁ କରିଛନ୍ତି। ଅନିର୍ଦ୍ଦଷ୍ଟ କାଳ ପାଇଁ ଏହି କଟକଣା ଜାରି କରାଯାଇଛି। 
ଇଣ୍ଟରନେଟ୍‍ ଦ୍ୱାରା ଏହି ଘଟଣା ଅଧିକ ବ୍ୟପିବାର ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ସମସ୍ତ ଇଣ୍ଟରନେଟ୍‍ ସେବା ବନ୍ଦ କରାଯାଇଛି। ମୋବାଇଲ, ବ୍ରଡ୍‍ବ୍ୟାଣ୍ଡ ଏପରିକି ଲିଜ ଲାଇନ ସେବା ବ୍ୟାହତ ହୋଇଛି।